ଭବାନୀପାଟଣା(ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଉପକଣ୍ଠ ସ୍ଥିତ ଶ୍ରୀକୃଷ୍ଣ ନଗର ଠାରେ ଆଜି ବିଜେଡି ପକ୍ଷରୁ ଏକ ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା l ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଦଳ କୁ ପୁଣିଥରେ ଜିତାଇବା ପାଇଁ ଜନତାଙ୍କୁ ଅନୁରୋଧ କରିବା ଶହ ଷଷ୍ଠ ଥର ପାଇଁ ବିଜେଡି ସରକାର ଗଠନ ଜନ ସାଧାରଣଙ୍କୁ ଆହ୍ୱାନ ଦେଇଥିଲେ l ବିଶାଳ ସମାବେଶରେ ଭି କେ ପାଣ୍ଡିଆନ ମଧ୍ୟ୍ୟ ଉଦବୋଧନ ଦେଇଥିଲେ ଦଳର ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ସ୍ୱାଗତ ଭାଷଣ ଦେଇଥିଲେ ଦଳ ତରଫରୁ କଳାହାଣ୍ଡି ଓ ନୂଆପଡା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ,ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନି ମନୋରମା ମହାନ୍ତି ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକାପ୍ରାର୍ଥୀନି ଲଳିତା ନାଏକ,ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂ ଦେଓ ପ୍ରମୁଖ ଉଦବୋଧନ ଦେଇଥିଲେ l ଏହି ୨୦୨୪ ନିର୍ବାଚନରେ ଯୋଡି ଶଙ୍ଖ ବାଜିବ ବୋଲି କହିଥଲେ ଓ ନିର୍ବାଚନ ରେ ପୁଣି ଥରେ ବିଜେଡି ଶଙ୍ଖ ଚି଼ହ୍ନ ଉପରେ ଆସ୍ଥା ପ୍ରକଟ କରି ଭୋଟ ଦେବାକୁ ନିବେଦନ କରିଥିଲେ l
Sign in
Sign in
Recover your password.
A password will be e-mailed to you.