ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜ ନିବାସ ନିକଟରେ ଥିବା ୟୁ-ଟେକ୍ କଂପ୍ୟୁଟର ଶିକ୍ଷା କେନ୍ଦ୍ରର ୨୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ସେଂଚୁରିୟନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଦୁର୍ଗା ପ୍ରସାଦ ପାଢୀ ମୁଖ୍ୟଅତିଥି ଯୋଗଦେଇ ଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ମୁଖ୍ୟବକ୍ତା ରୂପେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ଉକ୍ତ ଅନୁଷ୍ଠାନର ଅଧ୍ୟକ୍ଷ ଲୋକନାଥ ମିଶ୍ର , ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ , ହରମୋହନ ପଟ୍ଟନାୟକ ଏବଂ ତନୁଜା ଶତପଥୀ ମଞ୍ଚାସୀନ କରିଥିଲେ।ବକ୍ତାମାନେ ଏହି ଅନୁଷ୍ଠାନର ଇତିହାସ ତଥା ଗୋଟିଏ ବୀଜରୁ ବୃକ୍ଷ ହୋଇଥିବା ଉତ୍ଥାନ ପତନ ଦିଗରେ ଅବଗତ କରିଥିଲେ।
ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଢିବାରେ ଏହି ଅନୁଷ୍ଠିତ ଅଦ୍ୟାବଧି ତା’ର କାର୍ଯ୍ୟକ୍ରମ ଜାରୀ ରଖିଛି। ତତ୍ ସଙ୍ଗେ ସଙ୍ଗେ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ସାର୍ବଜନୀନ ଭୂମିକା ସାବ୍ୟସ୍ତ କରିପାରିଛି। ସ୍ୱାଗତ ଭାଷଣ ବର୍ଷା ରାଉତ ଓ ଅତିଥି ପରିଚୟ ସବିତା ପଣ୍ଡିତ ପ୍ରଦାନ କରିଥିଲେ।
ଏହି ଅବସରରେ ବିଭିନ୍ନ କର୍ମମୟ ଜୀବନରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିବିଶେଷ ଯଥା :- ଡି.ପ୍ରିୟଙ୍କା , କୈଳାସ ପଟ୍ଟନାୟକ , ବିନ୍ଦୁ ପ୍ରିୟା ବେହେରା , କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଏବଂ ହୀରା ମଣି କବିଙ୍କୁ ସମ୍ମାନୀତ କରାଯାଇଥିଲା।
ସର୍ବୋପରି ଅନୁଷ୍ଠାନକୁ ଶ୍ରେଷ୍ଠ ସ୍ତରକୁ ନେବାରେ ପ୍ରମୁଖ ଭୂମିକା ଥିବା କର୍ମୀ ସବିତା ପଣ୍ଡିତ , ଶରତ ଚନ୍ଦ୍ର ପ୍ରଧାନ , ପ୍ରବିନ ଚନ୍ଦ୍ର ପଣ୍ଡା ଏବଂ ଗୀତା ମହାରଣାଙ୍କୁ ଅତିଥିମାନେ ସମ୍ମାନୀତ କରିଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସଭା ଶେଷରେ ସ୍ନେହା ବେହେରା ଓ ସବିତା ପଣ୍ଡିତଙ୍କ ସଂଯୋଜନା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଶରତ ପ୍ରଧାନ , ପ୍ରଣବ ପଣ୍ଡା ,ସ୍ନେହା ବେହେରା , ଗୀତାଞ୍ଜଳି ମହାରଣା ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post