କଟକ ୬/୫(ଶାସକ ପ୍ରଶାସକ ): କଟକ ବାରବାଟୀ ବିଧାନସଭା ପ୍ରାର୍ଥୀ ଡ଼ଃ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଆଜି ଦିବା ୮ଘଟିକା ୪୦ମିନିଟ ସମୟରେ ମା କଟକ ଚଣ୍ଡୀଙ୍କ ପାଖରୁ ପୂଜାର୍ଚନା କରି ବିଶାଳ ରାଲିରେ ନାମଙ୍କନ ଦାଖଲ କରିବା ପାଇଁ ଉପଜିଲ୍ଲାପାଳଙ୍କ କାଯ୍ୟଳୟକୁ ବାହାରିଥିଲେ. ତାଙ୍କ ସହିତ ସାଂସଦ ତଥା ରାଜସ୍ତାନର ବିଜେପିର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ର ପ୍ରକାଶ ଯୋଶୀ, କଟକ ବାରବାଟୀର ସାଂସଦ ପାର୍ଥୀ ଶ୍ରୀଯୁକ୍ତ ଭର୍ତ୍ତୃହରୀ ମହତାବ, କଟକ ନଗର ସଭାପତି ଶ୍ରୀଯୁକ୍ତ ଲଲାଟେନ୍ଦୁ ବଡୁ, ଶ୍ରୀକନ୍ଦଲ ଅଲି, ଦେବାଶିଷ ରାୟ, ବିଶ୍ୱରଂଜନ ମିଶ୍ର, ଦେବାଶିଷ ବୋଷ, ମିଳନ ବଡୁ, ସନ୍ତୋଷ ମହାନ୍ତି, ପ୍ରଦୀପ ପଟ୍ଟନାୟକ,ବରିଷ୍ଠ ବିଜେପି ନେତା ଓ ବିଜେପି ଯୁବ ନେତା ମାନେ ସାମିଲ ହୋଇଥିଲେ. ଏଥିରେ ହଜାର ହଜାର ଲୋକମାନେ ରାଲିରେ ଯୋଗଦେଇଥିଲେ.ହୁତୁ ହୁତୁ ଖରାରେ ସ୍ଲୋଗାନ ଦେଇ ଆସି ପହଞ୍ଚିଥିଲେ ଉପଜିଲ୍ଲାପାଳଙ୍କ କାଯ୍ୟଳୟରେ. ଶେଷରେ ନାମାଙ୍କନ ପତ୍ର ଦାଖଲ କରିଥିଲେ. କଟକରୁ ରଞ୍ଜିତ ମହାପାତ୍ରଙ୍କ ରିପୋର୍ଟ
Sign in
Sign in
Recover your password.
A password will be e-mailed to you.