ରାୟଗଡ:-ତା.୬/୦୫- ରାୟଗଡା ଜିଲ୍ଲାରେ ସମକାଳୀନ ସାଧାରଣ ନିର୍ବାଚନ ପାଇଁ ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୦ ଅନୁସାରେ ,ଆବଶ୍ୟକତା ଦୃଷ୍ଟିକୋଣରୁ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ବିଭିନ୍ନ ଘରୋଇ ଗାଡିଗୁଡିକୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପାଇଁ ଆର୍ଟିଓଙ୍କ ଜରିଆରେ ମାଲିକମନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ଜିଲ୍ଲାପାଳ ଏହି ଗାଡିକୁ ଉତ୍ତମ ଅବସ୍ଥା ଏବଂ ଚାଳକ ସହିତ ନିର୍ଦ୍ଧିଷ୍ଟ ତରଖ, ସମୟ ଓ଼ ସ୍ଥାରେ
ଉପସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବସ ମାଲିକ/ଗାଡ଼ି ମାଲିକ ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୦କୁ ଉଲଂଘନ କରି ଏହି ଗାଡିଟିକୁ ଧାର୍ଯ୍ୟ ସମୟ ଏବଂ ସ୍ଥାନରେ ଉପସ୍ଥିତ ନକଲେ ଗାଡ଼ି ମାଲିକ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ମହାଜନ ପ୍ରକଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.