ନାମାଙ୍କନ ଭରିଲେ ଅରୁଣ : ୩୦ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କୁ ନେଇ ହାଇ ଭୋଲ୍ଟେଜ ରାଲି

3

ଶଙ୍ଖ ମୟ ହେଲା ନୟାଗଡ଼ ସହର

ନୟାଗଡ଼ (ବିଶ୍ଵଜିତ ନାୟକ) – ନୟାଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଆଜି ତାଙ୍କର ନାମାଙ୍କନ ପତ୍ର ଭରିଛନ୍ତି । ଏକ ଶେଭାଯାତ୍ରାରେ ଆସି ପ୍ରାୟ ୩୦ ହଜାର କର୍ମୀଙ୍କୁ ଧରି ଶ୍ରୀଯୁକ୍ତ ସାହୁ ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଭରିଥିଲେ । ନୟାଗଡ଼ ବ୍ଲକର ୨୯ ଟି ପଞ୍ଚାୟତ, ନୟାଗଡ଼ ପୌରାଞ୍ଚଳ, ଓଡ଼ଗାଁ ବ୍ଲକ ଓ ଓଡ଼ଗାଁ ଏନଏସିର ନେତା ଓ କର୍ମୀମାନେ ଏଥିରେ ସାମିଲ ହୋଇଛନ୍ତି । ଏହି ଶୋଭାଯାତ୍ରାରେ ଛାତ୍ର, ଯୁବ, ମହିଳା, ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ବ୍ୟକ୍ତି ସାମିଲ ହୋଇଛନ୍ତି । ନୟାଗଡ଼ ଦୁର୍ଗାପ୍ରସାଦ ଦଳୀୟ କାର୍ଯ୍ୟାଳୟଠାରୁ ଜନସମୁଦ୍ର ପରି ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଅରୁଣ ସାହୁ ଜିନ୍ଦାବାଦ, ଅରୁପ ପଟ୍ଟନାୟକ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ ଧ୍ୱନିରେ ପ୍ରକମ୍ପିତ ହୋଇଲା ନୟାଗଡ଼ ସହର । ବିରାଟ ଶକ୍ତି ପ୍ରଦର୍ଶନ କରିଛି ନୟାଗଡ଼ ବିଜେଡି । ଗ୍ରୀଷ୍ମ ପ୍ରବାହ ତାତିରେ ଅନେକ ଲୋକ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ ମଧ୍ୟ ଖରାକୁ ଖାତିର ନକରି ହଜାର ହଜାର କର୍ମୀ ସାମିଲ ହୋଇଥିଲେ । ଅରୁଣ ନାମାଙ୍କନ ଆଳରେ ବିରାଟ ଶକ୍ତି ପଦର୍ଶନ କରିଛନ୍ତି । ଏହି କାଯ୍ୟକ୍ରମରେ ପୁରୀ ବିଜେଡିର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭା ନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ପ୍ରମୁଖ ସାମିଲ ହୋଇଥିଲେ ।

ଏଥି ସହିତ ନୟାଗଡ଼ ପୌରାଞ୍ଚଳର ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ କାଉନସିଲର ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ପ୍ରତିନିଧି ମାନେ ଏହି କାଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.