ରାଜ୍ୟସ୍ତରୀୟ ସାମାଜିକ ଲିଙ୍ଗଗତ ସମତା ପ୍ରଶିକ୍ଷଣ ଶିବିର ଉଦଯାପିତ

3

ଭୁବନେଶ୍ୱର:ଓଡିଶାର ସମସ୍ତ ୩୦ ଗୋଟି ଜିଲ୍ଲାରୁ ଆସିଥିବା ୧୨୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ “ଅଣ୍ଡରଷ୍ଟାଣ୍ଡିଂ ଜେଣ୍ଡର ଆଣ୍ଡ ଫାସିଲେଟେସନ ସ୍କିଲ୍’ ସମ୍ପର୍କିତ ଏକ ତିନି ଦିନିଆ ରାଜ୍ୟ ସ୍ତରୀୟ ରାଜ୍ୟ ସମ୍ବଳ ଦଳମାନଙ୍କର ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ଗୋଠପାଟଣା ସ୍ଥିତ ରାଜସ୍ୱ ଅଧିକାରୀମାନଙ୍କର ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI) ଠାରେ ତା ୦୪.୦୫.୨୦୨୪ ରିଖ ଦିନ ଉଦଯାପିତ ହୋଇଯାଇଛିା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରତିନିଧି, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷାରେ କାର୍ଯ୍ୟରତ ଜେଣ୍ଡର କୋଅଡିନେଟର ତଥା ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ସାମାଜିକ ବିଜ୍ଞାନ ଶିକ୍ଷା ଦାନ କରୁଥିବା ଶିକ୍ଷୟତ୍ରୀ/ଶିକ୍ଷକମାନେ ଅଂଶ ଗ୍ରହଣ କରିଥିଲୋ
ତା ୦୨.୦୫.୨୦୨୪ ରିଖ ଗୁରୁବାର ଦିନ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିବାବେଳେ, ପ୍ରଥମ ଦିବସର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ପାରୁଲ ପଟଓ୍ୱାରୀ, (ଭା.ପ୍ର.ସେ) ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କର ମାର୍ଗଦର୍ଶନ କରିବା ସହିତ “ବର୍ଣ୍ଣାଳୀ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲୋ
ଅନ୍ୟ ପକ୍ଷରେ ତା. ୦୪.୦୫.୨୦୨୪ ରିଖ ଶନିବାର ଦିନ ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ. ଏସ (ଭା. ପ୍ର. ସେ) ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କ ସହିତ ଦୀର୍ଘ ସମୟ ଧରି ପ୍ରଶିକ୍ଷଣ ସମ୍ପର୍କିରେ ମତାମତ ନେବା ସହିତ “ବର୍ଣ୍ଣାଳୀ’ କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲୋ ଏତଦ୍ବ୍ୟତୀତ କମିଶନର ତଥା ଶାସନ ସଚିବ ପ୍ରତିଟି ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିରାପଦ, ଚାପମୁକ୍ତ ଓ ଭେଦଭାବ ଶୂନ୍ୟ ଏକ ସୁନ୍ଦର ଶୈକ୍ଷିକ ପରିବେଶ ହେବାରେ “ବର୍ଣ୍ଣାଳୀ’ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲୋ
ଅନ୍ୟମାନଙ୍କ ମଧ୍ୟରେ ତିନିଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ, ଶ୍ରୀ ମନୋଜ କୁମାର ପାଢୀ (ଓ.ପ୍ର.ସେ), ଶ୍ରୀମତୀ ସଙ୍ଗୀତା ବେହେରା, ଅତିରିକ୍ତ ନିର୍ଦ୍ଦେଶକ (ସାଧାରଣ) ଓସେପା, ଡ. ସନାତନ ପଣ୍ଡା, ଓସେପା ଅତିରିକ୍ତ ନିର୍ଦ୍ଦେଶକ (କ୍ୱାଲିଟି), ଶ୍ରୀ ଅମରଜିତ ଜେନା, ମୋ ସ୍କୁଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦାନ କରି କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲୋ
ଉକ୍ତ କାର୍ଯ୍ୟକ୍ରମକୁ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀମତୀ ଲହରୀ ମହାନ୍ତି, ରାଜ୍ୟ ବାଳିକା ଶିକ୍ଷା ସଂଯୋଜିକା ଓ ସାଥିମାନେ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲୋ

Leave A Reply

Your email address will not be published.