୨୪ନମ୍ବର ୱାର୍ଡରେ ବିଜେଡି କର୍ମୀ ସମ୍ମିଳନୀ

3


ଲୋକସଭା ସାଂସଦ ପ୍ରାର୍ଥୀ ସଂତୃପ୍ତ ଓ ବିଧାୟକ ପ୍ରାର୍ଥୀ ପ୍ରକାଶଙ୍କ ଯୋଗଦାନ

କଟକ,୫।୫(ଶାସକ ପ୍ରଶାସକ ): ମହାନଗର ନିଗମ ଅନ୍ତର୍ଗତ ୨୪ନମ୍ବର ୱାର୍ଡରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ଡଃ ସଂତୃପ୍ତ ମିଶ୍ର ଯୋଗ ଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ କଟକବାସୀଙ୍କ ସେବା କରିବାର ସୁଯୋଗ ଦେଇଛନ୍ତି। ଏବେ କଟକବାସୀ ତାଙ୍କୁ ଆଶୀର୍ବାଦ କଲେ ନିଶ୍ଚୟ ଏଠାରେ ବିକାଶ ଧାରା ଜାରି ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉଭୟ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ବୋଲି କହିବା ସହିତ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଆଗାମୀ ନିର୍ବାଚନରେ ବିଜେଡି ଲୋକସଭା ପ୍ରାର୍ଥୀ ଡଃ ସଂତୃପ୍ତ ଓ ବିଧାୟକ ପ୍ରାର୍ଥୀ ପ୍ରକାଶଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ସେ ନିବେଦନ କରିଥିଲେ। ବାରବାଟୀ-କଟକ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଉପସ୍ଥିତ କର୍ମୀଙ୍କୁ କଟକ ବିକାଶର ରୂପରେଖ ସମ୍ପର୍କରେ ଉଦ୍‌‌ବୋଧନ ଦେବା ସହିତ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଗାମୀ ଦିନରେ ସେବା କରିବାର ସୁଯୋଗ ଦେବାକୁ ନିବେଦନ କରିଥିଲେ। ସଭାରେ ବରିଷ୍ଠ ବିଜେଡି ନେତା ତଥା କ୍ରୀଡା ସଂଗଠକ ଆଶୀର୍ବାଦ ବେହେରା, ନିରାମୟ ଉପଦେଷ୍ଟା ଡଃ ରଞ୍ଜନ କୁମାର ବିଶ୍ୱାଳ ଓ ସିଏମସି ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ମୂଳିଆ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.