( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲ୍ଲିକୋଟ ରେ ବିଜେଡି ଦଳର ଛକାପଞ୍ଝା ଦେଖିବାକୁ ମିଳିଥିଲା। ଗୋଷ୍ଠୀ ସଂଘର୍ଷକୁ ନେଇ ବିଜେଡିର ନେତାମାନେ ହାଟରେ ପଡ଼ି ବାଟରେ ଚର୍ଚ୍ଚା ଜୋର ରେ ଧରି ବାର ପରିଲକ୍ଷିତ ହୋଇଥିଲା ଏବେ ଦେଖିବାକୁ ମିଳିଛି ଗୋଟେ ଘାଟରେ ବାଘ ଛେଳି ପାଣି ପିଇବାକୁ ବାଧ୍ୟ। ନହେଲେ ଦ୍ଵୟୋ ବିବାଦୀୟସ୍ୟ ତୃତୀୟସ୍ୟ ଲାଭହୋଇ ଯିବ । ଖଲ୍ଲିକୋଟ ର ଜନସାଧାରଣ
ମାନଙ୍କ ମଧ୍ୟରେ ଆଲୋଚନା ହେବାର ନଜର କୁ ଆସୁଛି। ଏଠାକାର ନେତା ମାନଙ୍କ ର ଖେଳ କୁ ଲୋକମାନଙ୍କ ପାଇଁ କାଳ ବୋଲି ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ, ତେଣେ ସାଧାରଣ ଲୋକେ ନିଜର ମତପ୍ରକାଶ କରିବା କୁ ସାହାସ କରି ପାରୁନାହାନ୍ତି। ଆଜିର ଅନ୍ତିମ ନାମାଙ୍କନ ପତ୍ର ଦାଖଲ ଦିବସ ରେ ଖଲ୍ଲିକୋଟ ରୁ ବିଜେଡି ଦଳର ପ୍ରାର୍ଥୀଭାବେ ଶ୍ରୀ ମତୀ ସୂର୍ଯ୍ୟ ମଣି ଵୈଦ୍ୟ ନିଜର ପ୍ରାର୍ଥୀତ୍ବ ପାଇଁ ନାମାଙ୍କନ ପତ୍ର ଛତ୍ର ପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରଦାନ କରିଛନ୍ତି।
ଏ ଅବସରରେ ସେ ଖଲ୍ଲିକୋଟ ର ସ୍ଥାନୀୟ ମାଵାହୁତୀ ଠାକୁରାଣୀ ମନ୍ଦିର ରେ ଦର୍ଶନ କରିବାକୁ ଯାଇଥିଲେ ଏବଂ ସେଠାରୁ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର କୁ ଯାଇଥିଲେ। ଏହାପରେ ଶହଶହ ମଟର ସାଇକେଲ,କାର୍, ଓ ଅଟୋ ଯୋଗେ ଶୋଭାଯାତ୍ରା କରି ଛତ୍ରପୁର କୁ ଯାଇ ଥିଲେ ବୋଲି ଜନଶ୍ରୁତି ରୁ ଜଣାପଡିଛି। ଆଜିର ଏ ନାମାଙ୍କନ ପତ୍ର ପ୍ରଦାନ କରିବା ସମୟରେ ନିରଞ୍ଜନ ବେହେରାଓ ତାଙ୍କର ଅନୁଗାମୀ ମାନେ, ରମେଶ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଗଣେଶ ପାଢ଼ୀ, ସିମାଞ୍ଚଳ ଜେନା, ଦୈତାରି ବେହେରା, ଦୟାନିଧି ସାହୁ, ଙ୍କ ସମେତ ଅନ୍ୟାନ୍ୟ ବହୁ ସଂଖ୍ୟକ ଦଳୀୟ କର୍ମୀ ତଥା ନେତା ମାନେ ସମବେତ ହୋଇ ଥିବା ବେଳେ ସ୍ବର୍ଗତ ରାଣୀ ସାହେବଙ୍କ ପୁତୁରା ଶ୍ରୀ ଡ଼ଃ ସକେତ୍ ରାମାରାଓ ଙ୍କୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ବିଜୁଜନତା ଦଳ ପ୍ରଚାର କମିଟିର ଚେୟାର ମେନ୍ ପଦବୀରେ ନିଯୁକ୍ତି ଦେଇଥିବା ସୁଚନା ମିଳିଛି।