ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଚଳିତ ମାସର ଆସନ୍ତା ୧୩ ତାରିଖ ଦିନ ଉଭୟ ଲୋକସଭା ଓ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଅଞ୍ଚଳରେ ଶାନ୍ତି ରକ୍ଷା ସହ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ-ମାର୍ଚ୍ଚ କାର୍ଯ୍ୟକ୍ରମ କରାଯାଉଛି।
ଗଜପତି ଜିଲ୍ଲାର ପ୍ରତ୍ୟେକ ଥାନା ଅଞ୍ଚଳରେ ପୋଲିସ ପ୍ରଶାସନ ପକ୍ଷରୁ ଏଭଳି ଫ୍ଲାଗମାର୍ଚ୍ଚ କାର୍ଯ୍ୟକ୍ରମ କରା ଯାଉଥିବା ବେଳେ ଆଜି (ଶୁକ୍ରବାର ଦିନ) ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରାଞ୍ଚଳରେ ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ୍ କୁମାର ଙ୍କ ତତ୍ତ୍ଵାବଧାନରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତିଙ୍କ ନେତୃତ୍ୱରେ ୩ କମ୍ପାନୀ ପୋଲିସ ବାହିନୀ ଓ ସିଆରପିଏଫ ଫୋର୍ସ ର ମିଳିତ ରେ ଫ୍ଲାଗ-ମାର୍ଚ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟତଃ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ମତଦାନ ପ୍ରକ୍ରିୟାକୁ ଶାନ୍ତି ଓ ନିର୍ଭୟରେ ମତଦାନ କରିବା , ଶାନ୍ତି ଶୃଙ୍ଖଳା ରକ୍ଷା ସହ ପୋଲିସ ସବୁ ସମୟରେ ସଜାଗ ପ୍ରହରୀ ଭାବେ ରହି ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ଏବଂ ସବୁ ସମୟରେ ସବୁଠି ପୋଲିସ ବାହିନୀର ଉପସ୍ଥିତି ଜାହିର କରିବା ଲକ୍ଷ୍ୟ ନେଇ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏଭଳି ଫ୍ଲାଗ କରାଯାଉଛି।
ଏହି ଫ୍ଲାଗ-ମାର୍ଚ୍ଚ ରେ ମୋଟ ୩ କମ୍ପାନୀ ପୋଲିସ ବାହିନୀ ଓ ସିଆରପିଏଫ ଫୋର୍ସ ରହିଥିବା ବେଳେ ଏଥିରେ ୩ ପ୍ଲାଟୁନ ସିଆରପିଏଫ ଫୋର୍ସ ରହିଛନ୍ତି। ଆଜି ସହରର ପ୍ରାୟ ସମସ୍ତ ସାହି ଓ ମୁଖ୍ୟରାସ୍ତା ରେ ଏହି ଫ୍ଲାଗ-ମାର୍ଚ୍ଚ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଛକ ମାନଙ୍କରେ ୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ରହି ପୋଲିସ ସେମାନଙ୍କ ଉପସ୍ଥିତି ଜାହିର କରିଥିଲେ ବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନା ଇନ୍ସପେକ୍ଟର ଇନଚାର୍ଜ ଶ୍ରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.