ବିଷ୍ଣୁ ବ୍ରତ ଙ୍କ ପାଇଁ ପ୍ରଚାର ମଇଦାନ ରେ ସହଧର୍ମିଣୀ ଋତୁପର୍ଣ୍ଣା ଓ ଭାଇ ଦୁର୍ଗା ଦତ୍ତ
ବାସୁଦେବପୁର – ନିର୍ବାଚନ ବିଗୁଲ୍ ବାଜି ସାରି ଥିବା ବେଳେ ପ୍ରାୟ ସମସ୍ତ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରି ଯାଇଛି। ବାସୁଦେବପୁର ରେ ଲଗାତାର ଅନେକ ବର୍ଷ ଶାସନ କରି ଆସୁଛନ୍ତି ରାଉତ ରାୟ ପରିବାର। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳ ମଣି ରାଉତ ରାୟ ଙ୍କ ପରେ ତାଙ୍କ ପୁତ୍ର ସ୍ଵର୍ଗତ ବିଜୟ ଶ୍ରୀ ରାଉତ ରାୟ ଓ ତାଙ୍କ ପରେ ଏବେକାର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ। ଚଳିତ ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ମଧ୍ୟ ପ୍ରାର୍ଥୀ ଭାବେ ଘୋଷଣା ହୋଇ ବିଷ୍ଣୁ ବ୍ରତ ରାଉତ ରାୟ ଆରମ୍ଭ କରି ଦେଇଛନ୍ତି ମାରାଥନ ବୈଠକ ଓ ମିଶ୍ରଣ ପର୍ବ। ଅନ୍ୟ ଦଳ ରୁ କର୍ମୀ ମାନଙ୍କୁ ବିଜେଡ଼ି ରେ ମିଶାଇ କରୁଛନ୍ତି ବିଜେଡ଼ି ର ଶକ୍ତି ବୃଦ୍ଧି। ତାଙ୍କ ସହ ପ୍ରଚାର ମଇଦାନ ରେ ତାଙ୍କ ଭାଇ ଦୁର୍ଗା ଦତ୍ତ ରାଉତ ରାୟ ଓ ତାଙ୍କ ସହଧର୍ମିଣୀ ଋତୁପର୍ଣ୍ଣା ଶ୍ରୋତଶ୍ଵିନୀ ରାଉତ ରାୟ ମଧ୍ୟ ବିଭିନ୍ନ ସ୍ଥାନ କୁ ଯାଇ ଆୟୋଜିତ ବିଭିନ୍ନ ବୈଠକ ରେ ଯୋଗ ଦାନ କରୁଛନ୍ତି। ବାସୁଦେବପୁର ର ବିଭିନ୍ନ ସ୍ଥାନ ରେ ପୌର ଅଧ୍ୟକ୍ଷା ନିବେଦିତା ବେହେରା ଓ ବିଜେଡ଼ି ନେତ୍ରୀ ରଶ୍ମିତା ନାୟକ ମଧ୍ୟ ଉପସ୍ଥିତ ରହି ଲୋକ ମାନଙ୍କୁ ଭେଟିବା ସହିତ ଅଧିକ ରୁ ଅଧିକ ଭୋଟ ନବୀନ ପଟ୍ଟନାୟକ ତଥା ବିଷ୍ଣୁ ବ୍ରତ ରାଉତ ରାୟ ଙ୍କୁ ଦେବା ପାଇଁ ନିବେଦନ କରୁଛନ୍ତି।
ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ବାସୁଦେବପୁର ରେ ବିଷ୍ଣୁ ବ୍ରତ ରାଉତ ରାୟ କରିଛନ୍ତି ଓ ବାସୁଦେବପୁର ରେ ବହୁ ଉନ୍ନତି ମୂଳକ କାର୍ଯ୍ୟ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ ଦ୍ଵାରା ହୋଇ ପାରିଛି ବୋଲି କହିବା ସହ ଅଧିକ ରୁ ଅଧିକ ଭୋଟ ଦେଇ ବିଷ୍ଣୁ ବ୍ରତ ଙ୍କୁ ପୁଣି ବିଜୟ ର ମୁକୁଟ ପିନ୍ଧାଇ ବାକୁ ନିବେଦନ କରୁଛନ୍ତି ଋତୁପର୍ଣ୍ଣା ରାଉତ ରାୟ। ବିଷ୍ଣୁ ବ୍ରତ ଙ୍କ ପାଇଁ ପ୍ରଚାର ଜୋରଦାର ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନ ରେ ବୈଠକ ରେ ଯୋଗ ଦେଉ ଛନ୍ତି ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ,ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ୍, ବିଜେଡ଼ି ବ୍ଲକ୍ ସଭାପତି ଦିନ ବନ୍ଧୁ ଦାସ, ଅସିତ୍ କୁମାର ଦାସ, ଙ୍କ ସହ ବହୁ ବରିଷ୍ଠ ବିଜେଡି ନେତା ଓ ଯୁବ ଛାତ୍ର ବିଜେଡ଼ି କର୍ମୀ ଦିନ ରାତି ଏକ କରି ପ୍ରଚାର ଓ ବିଭିନ୍ନ ସ୍ଥାନ ରେ ବୈଠକ ରେ ଲାଗି ପଡ଼ି ଛନ୍ତି। ଚଳିତ ନିର୍ବାଚନ ରଣାଙ୍ଗନରେ ବାସୁଦେବପୁର ରେ ପୁଣି ଥରେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଦଶ ହଜାର ରୁ ଉର୍ଦ୍ଧ ଭୋଟ ବ୍ୟବଧାନ ରେ ବିଜୟୀ ହେବେ ବୋଲି ବିଜେଡ଼ି ନେତା ଓ କର୍ମୀ ମାନେ ଦୃଢକ୍ତି ପ୍ରକାଶ କରୁଛନ୍ତି।