ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକଙ୍କ ଦୁଇଦିନିଆ ରାୟଗଡ ଗସ୍ତ ।

3

ରାୟଗଡା :-୦୩/୦୫-ସୂଚନା ଓ଼ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଧେଶକ (ଦକ୍ଷିଣାଞ୍ଚଳ ) ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଦୁଇଦିନିଆ ରାୟଗଡ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଅନୁଧ୍ୟାନ କରିଛନ୍ତି l ସୂଚନା ଓ଼ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଧେଶକ ତଥା ଜିଲ୍ଲା ସୂଚନା ଓ଼ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କ ଉପସ୍ଥିତିରେ କାର୍ଯ୍ୟାଳୟର କାର୍ଯ୍ୟକାରିତା, କର୍ମଚାରୀ ବିବରଣୀ, କ୍ୟାସ ବୁକ, ଷ୍ଟକ ଏବଂ ଷ୍ଟୋର, ଦୃଶ୍ୟ ଶ୍ରlବ୍ୟ ଯନ୍ତ୍ର, ଗଣମାଧ୍ୟମ ପ୍ରମାଣନ ଓ଼ ଗଣମାଧ୍ୟମ ପରିଚାଳନା(ଏମସି ଏମସି )ଆଦି ଅନୁଧ୍ୟାନ କରିଥିଲେ l ଏହା ବ୍ୟତୀତ କର୍ମଚାରୀ ମାନଙ୍କ ବ୍ୟକ୍ତିଗତ ସମସ୍ୟା ପଚାରି ବୁଝିବା ସହିତ ସମସ୍ତ କାର୍ଯ୍ୟକ୍ରମକୁ ମିଳିମିଶି ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ l
ଏହା ପୂର୍ବରୁ ଗତକାଲି ଗୁଣପୁର ଗସ୍ତରେ ଆସି ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଥିଲେ । ଶ୍ରୀ ମହାପାତ୍ର ଦକ୍ଷିଣାଞ୍ଚଳ (ବ୍ରହ୍ମପୁର) ଠାରେ ଉପ ନିର୍ଦ୍ଦେଶକ ଭାବେ ଯୋଗଦାନ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ । ସୂଚନା କେନ୍ଦ୍ର ଓ ପାଠଗରରେ ମହଜୁଦ ଥିବା ବହି, କ୍ୟାସବୁକ ତନଖି କରିଥିଲେ, ସେହିପରି ପାଠାଗାର ପରିସରରେ ଆୟୋଜିତ ନିର୍ବାଚନୀ ପ୍ରଦର୍ଶନୀ କେନ୍ଦ୍ର ବୁଲି ଦେଖିଥିଲେ । ନିର୍ବାଚନୀ ସମ୍ବନ୍ଧୀୟ ସମସ୍ତ ସୂଚନା, ପୂର୍ବ ନିର୍ବାଚନ ଗୁଡିକର ଫୋଟ, ଇଭିଏମ, ଭିଭିପାଟ, ପୁରୁଣା ବେଲଟ ବକ୍ସ, ଲଣ୍ଠନ ଆଦି ପ୍ରଦର୍ଶନୀରେ ସ୍ଥାନ ପାଇଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ । ଉପ ନିର୍ଦ୍ଦେଶକଙ୍କ ଗସ୍ତ ସମୟରେ ବରିଷ୍ଠ ରାଜସ୍ୱ ସହାୟକ ଭବାନୀ ଶବର, କ୍ଷିପ୍ର ଲେଖକ କୁମୁଦିନୀ ମିଶାଳ, ଗ୍ରନ୍ଥାଗlରିକ ଡମ୍ବରୁଧର ପଣ୍ଡା,ସମ୍ରାଟ ସାହୁ,ସୁଭାଷ କେରକେଟା ରାଜେନ୍ଦ୍ର ଦୋରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.