ଶେଷ ଦିନରେ ନାମାଙ୍କନ ପତ୍ର ଦାଖଳ କଲେ ଗୋବର୍ଦ୍ଧନ ଭୁଏ ।

3

ପଦ୍ମପୁର-ପୂର୍ବରୁ ଉଭୟ କଂଗ୍ରେସ , ବିଜେଡି ଓ ସ୍ୱାଧିନ ପ୍ରାର୍ଥୀ ନାମାଙ୍କନ ଦାଖଳ କରିଥିବା ବେଳେ ଆଜି ନାମାଙ୍କ ଦାଖଳ ଶେଷ ଦିନରେ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ନାମାଙ୍କ ଦାଖଳ କରିଛନ୍ତି । ନାମାଙ୍କନ ଦାଖଳ ସମୟରେ ନିଜର ଶକ୍ତି ପ୍ରଦର୍ଶନ କରିଛି ବିଜେପି । ପଦ୍ମପୁର ସହରର ଅଶୋକ ପଡିଆ ଠାରୁ ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ପଦ୍ମପୁର ବିଧାନସଭା ରିଟର୍ଣ୍ଣି ଅଧିକାରୀ ତଥା ପଦ୍ମପୁର ଉପଜିଲ୍ଲାପାଲ ଆଲୋକ କୁମାର ପଟେଲଙ୍କ ଠାରେ ନାମାଙ୍କନ ପତ୍ର ଦାଖଳ କରିଛନ୍ତି । ନାମାଙ୍କନ ଦାଖଳ ଶୋଭାଯାତ୍ରାରେ ବରଗଡ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ସାମିଲଥିଲେ ।

Leave A Reply

Your email address will not be published.