ନୂତନ ଓଡିଶାକୁ ଆପଣମାନଙ୍କୁ ସ୍ୱାଗତ : ମୁଖ୍ୟମନ୍ତ୍ରୀ 

0

ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ମେକ-ଇନ-ଓଡ଼ିଶା କନକ୍ଲେଭ, ୫ଦିନିଆ  କନକ୍ଲେଭର ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

“ବିଶ୍ୱସ୍ତରରେ ଓଡିଶା ଓଡିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ସେକଥା କିଏ ଚିନ୍ତା କରିଥିଲା ! ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଏକ ଆଦର୍ଶ ମାନ ସୃଷ୍ଟି କରିବ, ଏକଥା କିଏ ଚିନ୍ତା କରିଥିଲା !! ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡିଶା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କିଏ ଚିନ୍ତା କରିଥିଲା !!! ଓଡିଶା ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଏବେ ବେଶ ଆଗେଇଛି । ରାଜ୍ୟର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଉପରକୁ ଉଠାଇବା ପାଇଁ ଓଡିଶା ଆଗୁଆ ରାଜ୍ୟ ହୋଇପାରିଛି । ନୂତନ ଓଡିଶାକୁ ଆପଣମାନଙ୍କୁ ସ୍ୱାଗତ ।”

ଭୁବନେଶ୍ୱର/Manasi Mishra  : ବର୍ଣ୍ଣାଢ଼୍ୟ ପରିବେଶ ଏବଂ ରଙ୍ଗାରଙ୍ଗ ସାଂସ୍କୃତିକ କାଯର୍ୟକ୍ରମ ମଧ୍ୟରେ ସ୍ଥାନୀୟ ଜନତା ମୈଦାନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଦ୍ୱିତୀୟ ପଯର୍ୟାୟ ୫ଦିନିଆ ମେଗା ଇନ୍ଭେଷ୍ଟର ମିଟ୍(ମେକ-ଇନ-ଓଡ଼ିଶା କନକ୍ଲେଭ)କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଉଦଘାଟନ କରିଛନ୍ତି । ଏଥିରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନୂତନ ଓଡ଼ିଶାକୁ ସମସ୍ତ ଶିଳ୍ପ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହ କନକ୍ଲେଭର ସଫଳତା କାମନା କରିଥିଲେ । ସେ କହିଥିଲେ ଯେ, ଏହି କନକ୍ଲେଭ ଭବିଷ୍ୟତ ପିଢ଼ୀକୁ ପ୍ରୋତ୍ସାହନ ଦେବ । ପ୍ରଥମ ପଯର୍ୟାୟରେ ଅନୁଷ୍ଠିତ କନକ୍ଲେଭ ସମୟରେ ଯେଉଁ ଶିଳ୍ପସଂସ୍ଥାମାନେ ଆଗ୍ରହ ପ୍ରକାଶ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କରିବାରେ ସହାୟକ ହୋଇଛନ୍ତି ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ଦେଶରେ ଦକ୍ଷ ଶ୍ରମଶଚ୍ଛି ବୃଦ୍ଧି କରିବାରେ ଓଡ଼ିଶାର ଯଥେଷ୍ଟ ଅବଦାନ ରହିଛି । କେବଳ ସେତିକି ନୁହେଁ, ଦେଶର ଖାଦ୍ୟ ଉତ୍ପାଦନ  କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିଛି । ସେହିପରି ବିଶ୍ୱସ୍ତରୀୟ ବିପଯର୍ୟୟ ପରିଚାଳନା ପ୍ରସ୍ତୁତ କରିବା, ସ୍ମାର୍ଟସିଟି ପ୍ରଚାର କରିବା, ଦାରିଦ୍ର୍ୟ ଦୂର କରିବା କ୍ଷେତ୍ରରେ ଓଡ଼ିଶାର ପ୍ରମୁଖ ଅବଦାନ ରହିଛି । ରାଜ୍ୟ ସରକାର ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଯେଉଁସବୁ ସୁବିଧା ସୁଯୋଗ ଦେଉଛନ୍ତି ସେଗୁଡ଼ିକର ଲାଭ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ମୁଖ୍ୟମନ୍ତ୍୍ରୀ କହିଥିଲେ ଯେ, ବିଶ୍ୱସ୍ତରରେ ଓଡିଶା ଓଡିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ସେକଥା କିଏ ଚିନ୍ତା କରିଥିଲା ! ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଏକ ଆଦର୍ଶ ମାନ ସୃଷ୍ଟି କରିବ, ଏକଥା କିଏ ଚିନ୍ତା କରିଥିଲା !! ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡିଶା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କିଏ ଚିନ୍ତା କରିଥିଲା !!! ଓଡିଶା ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଏବେ ବେଶ ଆଗେଇଛି । ରାଜ୍ୟର ଦାରିଦ୍ର୍ୟ ସୀମାରେଖା ତଳେ ଥ#ବା ଲୋକଙ୍କୁ ଉପରକୁ ଉଠାଇବା ପାଇଁ ଓଡିଶା ଆଗୁଆ ରାଜ୍ୟ ହୋଇପାରିଛି । ନୂତନ ଓଡିଶାକୁ ଆପଣମାନଙ୍କୁ ସ୍ୱାଗତ ।

ଏହି କନକ୍ଲେଭରେ ଷ୍ଟଲ ଖୋଲିଥିବା କମ୍ପାନୀ ହେଲେ ଆଦାନି ଗ୍ରୁପ, ବିର୍ଲା ଫେସନ, ବ୍ରିଟାନିଆ ଇଣ୍ଡ୍ରଷ୍ଟିଜ୍ ଲିମିଟେଡ, ଗ୍ରାସିମ ଇଣ୍ଡଷ୍ଟ୍ରିଜ୍ ଲିମିଟେଜ, ହିନ୍ଦୁସ୍ଥାନ କୋକାକୋଲା ବେଭେରେଜ, ଆଇଓସିଏଲ୍, ଇଣ୍ଡୋ ନିସାନ ଫୁଡ୍ ପ୍ରାଇଭେଟ ଲିମିଟେଡ, ଜିନ୍ଦଲ ଷ୍ଟେନଲେସ ଲିମିଟେଡ, ପାର୍ଲେ ଆଗ୍ରୋ ପ୍ରାଇଭେଟ ଲିମିଟେଡ୍, ରିଲାଏନ୍ସ, ଜିଓ ଇମ୍ଫୋକମ୍ ଲିମିଟେଡ, ଟିସିଏସ୍, ଟାଟାଷ୍ଟିଲ୍, ଅଲଟ୍ରା ଟେକ୍ ଲିମିଟେଡ, ବେଦାନ୍ତ । ଏହି ଷ୍ଟଲଗୁଡ଼ିକ ମୁଖ୍ୟମନ୍ତ୍ରୀ ବୁଲି ପରିଦର୍ଶନ କରିଥିଲେ ।

ଶିଳ୍ପ ସଂଘ ଫିକି ସହଯୋଗରେ ରାଜ୍ୟ ସରକାର ଆରମ୍ଭ କରିଥିବା ଏହି କନକ୍ଲେଭରେ ଇଲେକେଫ୍ରାନିକ୍ସ, ଆଇଟି, ଧାତବ ଡାଉନସ୍କିମ୍, ଟେକଫାଇଲ୍ସ, କେମିକାଲ, ପେଟ୍ରୋ କେମିକାଲ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ ଇତ୍ୟାଦି ଆଲୋଚନାର ପ୍ରସଙ୍ଗ  ରହିବ । ଏଥିରେ ଜାପାନରୁ ଏକ କୋଡ଼ିଏ ଜଣିଆ ଟିମ୍ ଜାପାନ ରାଷ୍ଟ୍ରଦୂତଙ୍କ ନେତୃତ୍ୱରେ ଏଠାରେ ଆସି ପହଂଚୁଛନ୍ତି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଆୟୋଜନ କରାଯାଇଛି । ଏହି କାଯର୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ, ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ତେବେ ଏହି କନକ୍ଲେଭରେ କୌଣସି ଶିଳ୍ପସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବନାହିଁ ବୋଲି ଜଣାପଡିଛି । ଏଥିରେ  ଜାପାନ, ଫ୍ରାନ୍ସ, ଋଷିଆ, ଜର୍ମାନ, ସାଉଦିଆରବ ଓୟୁଏଇ ଯୋଗଦେବାଲାଗି ସମ୍ମତି ଜଣାଇଥିବାବେଳେ ଜାପାନ ଏହି କନକ୍ଲେଭର ସହଯୋଗୀ ରହିଛି । ୨୦୧୬ ରେ ଅନୁଷ୍ଠିତ ପ୍ରଥମ କନକ୍ଲେଭରେ ଏଠାରେ ଶିଳ୍ପ ପ୍ରତିଷ୍ଠା ଲାଗି ୨୧୪ଟି ଶିଳ୍ପ ସଂସ୍ଥା ଆବେଦନ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୬୫ଟି ସଂସ୍ଥାର ଭୂମିପୂଜନ ହୋଇଛି ଓ ୩ଟିରୁ ଉତ୍ପାଦନ ଚାଲିଛି ।

Leave A Reply

Your email address will not be published.