ଜିଲ୍ଲାସ୍ତରୀୟ ୩ଦିନିଆ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର 

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଗୋଷାଣି ବ୍ଲକ ରାଜସୀତାପୁର ସ୍ଥିତ ଆଲୁରି ନଗର ଠାରେ ଥିବା ସେଞ୍ଚୁରିଆନ ବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ୩ଦିନିଆ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର କାର୍ଯ୍ୟକ୍ରମ ଉଦ୍‍ଘାଟିତ ହୋଇଯାଇଛି । ଏହି ଅବସରରେ ଯୁବ ରେଡକ୍ରସ ପତାକାକୁ ସେଞ୍ଚୁରିଆନ ବିଦ୍ୟାଳୟର ପ୍ରଫେସର ଡ:ଅନୁରାଗ ଉତ୍ତୋଳନ କରିଥିବା ବେଳେ ବିଦ୍ୟାଳୟର ରେଜିଷ୍ଟାର ପ୍ରଫେସର ଡ: ଅନିତା ପାତ୍ର ଉପସ୍ଥିତ ସମସ୍ତ ଅତିଥି, ଯୁବ ରେଡକ୍ରସ ପରାମର୍ଶ ଦାତା ଓ ସ୍ୱେଚ୍ଛାସେବୀ ମାନଙ୍କୁ ରେଡକ୍ରସର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଶପଥ ପାଠ କରାଇଥିଲେ । ପରେ ରେଡକ୍ରସ ପରାମର୍ଶ ଦାତା ଓ ସ୍ୱେଚ୍ଛାସେବୀମାନଙ୍କ ନିମନ୍ତେ ଉଦ୍ଦିଷ୍ଠ ଏହି କାର୍ଯ୍ୟକ୍ରମ ଉଦ୍‍ଘାଟନୀ ଉତ୍ସବରେ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟାର ତଥା ଶିବିର କାର୍ଯ୍ୟକ୍ରମର ନିର୍ଦ୍ଦେଶିକା ପ୍ରଫେସର ଡ: ଅନିତା ପାତ୍ରଙ୍କ ସଭାପତିତ୍ୱରେ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଅନୁରୋଗ, ଜିଲ୍ଲା ଜରୁରୀକାଳିନ ଅଧିକାରୀ ସତ୍ୟସମ୍ପନ୍ନ ରାଉତ ଏବଂ ଜିଲ୍ଲା ଯୁବ ରେଡକ୍ରସର ଆବାହକ ସମ୍ପାଦକ ଅଧ୍ୟାପକ ଡ: ଅଜୟ କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଯୁବ ରେଡକ୍ରସ କଣ,ଏହାର ଉପùତ୍ତି ରେଡକ୍ରସ ସ୍ୱେଚ୍ଛାସେବିମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱର ବିଭିନ୍ନ ଦିଗ ଉପରେ କହି ଯେକୌଣିସି ପ୍ରାକୃତିକ ବିପର୍ଯ୍ୟୟ ଆକସ୍ମିକ  ଦୁର୍ଘଟଣା ସମୟରେ ଆହତ ପିଡୀତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ସେବା ଓ ସାହାଯ୍ୟ ଯୋଗାଇଦେବା ଆମ ମାନବିକତାର ପ୍ରଥମ କର୍ତ୍ତବ୍ୟ ଓ ଦାୟିତ୍ୱନେବା ଉଚିତ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଯୁବରେଡକ୍ରସର ଜିଲ୍ଲା ସଂଯୋଜକ ଡ: ପ୍ରଦୀପ କୁମାର ଷଡଙ୍ଗୀ, ଡିନ୍‍ ଡ: ସୁଶାନ୍ତ କୁମାର ପଟ୍ଟନାୟକ ଓ ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୩୮ଟି ବିଭିନ୍ନ ମହାବିଦ୍ୟାଳୟରେ ପ୍ରାୟ ୨୦୦ଜଣ ସ୍ୱେଚ୍ଚାସେବୀ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେବା ସହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ସଡକ ନିରାପତ୍ତା, ପ୍ରାଥମିକ ଚିକିତ୍ସା, ଏଚ ଆଇ ଭି ଏଡସ୍‍, ପ୍ରଭୃତି ଉପରେ ପ୍ରଥମ ଦିନରେ ତାଲିମ ଗ୍ରହଣ କରିଥିଲେ ।

Leave A Reply

Your email address will not be published.