ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିମୁଦ୍ରୀକରଣର ଦୁଇବର୍ଷ ପୁର୍ତ୍ତି ଅବସରରେ କଳା ଦିବସ ପାଳିତ

0

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ କେନ୍ଦ୍ରର ଭାଜପା ସରକାରଙ୍କ ବିମୁଦ୍ରୀକରଣର ୨ବର୍ଷ ପୁର୍ତ୍ତି ଅବସରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହାକୁ ବିରୋଧ କରାଯାଇ କଳା ଦିବସ ରୁପେ ପାଳନ କରାଯାଇଛି । ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମନାରେ କେନ୍ଦ୍ରର ବିମୁଦ୍ରୀକରଣ ଦେଶବାସୀଙ୍କ ପ୍ରତି ଏକ ବଡ ଧକ୍କା ବୋଲି କହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ କାର୍ଯ୍ୟାଳୟ ଭବନରେ ନଗର ସଭାପତି (କଂଗ୍ରେସ)ବସନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ବରିଷ୍ଠ କଂଗ୍ରେସ ନେତା ଡ: ତିରୁପତି ପାଣିଗ୍ରାହୀ, କାର୍ଯ୍ୟକାରୀ ଜିଲ୍ଲା ସଭାପତି ଗାବରା ତ୍ରିପତି ରାଓ, ପୋଲୁ ପ୍ରଧାନ,ଗୁଞ୍ଜୁ ଗମାଙ୍ଗ ପ୍ରମୁଖ ମଞ୍ଚାସୀନ ହୋଇ ଭାଜପା ଶାସିତ କେନ୍ଦ୍ରସରକାରଙ୍କ ପ୍ରଣାୟନ କରାଯାଇଥିବା ବିମୁଦ୍ରୀକରଣର ଦେଶବାସୀଙ୍କ ପାଇଁ ଏକ ବଡ ଧକ୍କା । ମିଥ୍ୟା ପ୍ରତିଶ୍ରୁତି ଦେଇ ଦେଶବାସୀଙ୍କୁ ବିପଥଗାମୀ ଓ ଖରାପ ଆଡକୁ ଗତି କରାଇବା ଏହି ବିମୁଦ୍ରୀକରଣର ଉଦ୍ଦେଶ୍ୟ ଥିଲା । ଏହି ବିମୁଦ୍ରୀକରଣର ବିଭିନ୍ନ ଦିଗରେ କିଭଳି କୁ ପ୍ରଭାବ ପକାଇଲା ଏବଂ ସାଧାରଣ ଜନତା କିଭଳି ଏହାର କୁ ପ୍ରଭାବ ରେ ପ୍ରଭାବିତ ହେଲେ ସେ ସବୁର ବିଭିନ୍ନ ଦିଗରେ ଉପରେ ଆଲୋଚନା କରି ଆଗାମୀ ଦିନରେ ସାଧାରଣ ଜନସାଧାରଣ ଏହାର କଡା ଜବାବ ଦେବେ ବୋଲି କହି କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ଦୃଢ ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ବେହେରା, ବିଭୁତି ଭୁଷଣ ନାୟକ,ସୂର୍ଯ୍ୟନାରାୟଣ ପାତ୍ର,ଅଖିଲ କୁମାର ପାତ୍ର ସନ୍ତୋଷ କୁମାର ପାତ୍ର ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.