ଯାଜପୁରରୋଡ଼ରେ ଜାତୀୟ ଆଇନ ସେବା ଦିବସ ପାଳନ

0

ବ୍ୟାସନଗର (ସୁବାସ ନାୟକ)ଶୁକ୍ରବାର ସ୍ଥାନୀୟ କ୍ରୋମ୍ ନଗର ବିଦ୍ୟାପୀଠଠାରେ ଯାଜପୁରରୋଡ଼ ତାଲୁକ୍ ଆଇନ ସେବା କମିଟିର ଅଧ୍ୟକ୍ଷା ତଥା ଉପ-ବିଚାରପତି ଶ୍ରୀମତୀ ନିଳୀମା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ଏହି ଦିବସର ତାପôର୍ଯ୍ୟ ଓ ଭାରତବର୍ଷର ସମ୍ବିଧାନର ଧାରା ୨୧(କ) ଓ ୩୯(କ) ଅନୁଯାୟୀ ଥିବା ଅଧିକାର ଅସହାୟ, ପଂଗୁ , ମହିଳା, ହରିଜନ ଓ ପଛୁଆ ବର୍ଗମାନଙ୍କ ନିମନ୍ତେ ନିଃଶୁଳ୍କ ଆଇନ ସେବା ଯୋଗାଇଦେବା ନିୟମ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି ଛାତ୍ରଛାତ୍ରୀ , ଯୁବକ, ଯୁବତୀ ମାନେ ଏହାର ପ୍ରଚାର ପ୍ରସାର ବାର୍ତ୍ତା ମାଧ୍ୟମରେ ସହଜରେ ସାଧାରଣ ମଣିଷଙ୍କ ନିକଟରେ ପହଁଚିପାରିବ ବୋଲି ଶ୍ରୀମତୀ ପଣ୍ଡା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଆଇନଜୀବୀ ନାରାୟଣ ପ୍ରସାଦ ପତି, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ଆଇନଜୀବୀ ରାମଚନ୍ଦ୍ର ପହି, ନବ ଉକôଳ ମହିଳା ସମିତିର ସଂପାଦିକା ଜୟନ୍ତୀ ଜେନା ପ୍ରମୁଖ ଏହି ଦିବସରେ ଉଦ୍ବୋଧନ ଦେଇ କହିଲେ କି, ତୃତୀୟ ସ୍ତମ୍ଭ ଭାବେ ପରିଚିତ ବିଚାର ବ୍ୟବସ୍ଥା ଯୋଗୁଁ ସାଧାରଣ ମଣିଷ ଶିକ୍ଷା, ଖାଦ୍ୟ, ସ୍ୱାସ୍ଥ୍ୟ ଓ ପ୍ରଦୂଷଣ ମୁକ୍ତ ସମାଜ ଗଠନରେ ସହାୟକ ହୋଇପାରିଛି । ଆଇନ ସେବା ଏକ ମଣିଷ ଆଗରେ ଆଇନା ବୋଲି ପ୍ରକାଶ କରିଥିଲେ । ଶେଷରେ କ୍ରୋମ୍ ନଗର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସଂଜୟ ଦେଓ ଏହି ଦିବସକୁ ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । 

 

Leave A Reply

Your email address will not be published.