ଏ ନୁହେଁ କାହାଣୀ’- ସ୍ୱତନ୍ତ୍ର କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜଗୁରୁ ସାହି ସ୍ଥିତ ରସିକରାଜ ମନ୍ଦିର (ପରିଛା ମଠ) ପରିସରରେ ବାଲମୁକୁନ୍ଦ କେନ୍ଦ୍ର ତରଫରୁ ହରେ ରାମ କୃଷ୍ଣଚୌଧୁରୀଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଏ ନୁହେଁ କାହାଣୀ’ ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ବିଶିଷ୍ଟ ବ୍ୟକ୍ତିମାନଙ୍କର ସଂକ୍ଷିପ୍ତ ଆତ୍ମ ଜୀବନି ପିଲାମାନଙ୍କ ପାକଖରେ ପହଞ୍ଚିବା ପାଇଁ ଏ ନୁହେଁ କାହାଣୀର ଏକ ସଫଳ ପ୍ରୟାସ । ଦିପାବଳୀ ଅବସରରେ ଜଗତଗୁରୁ ଶ୍ରୀ କୃପାଳୁମହାରାଜାଙ୍କ ସହଧର୍ମୀ ଶ୍ରୀ ପଦ୍ମା (ଆମ୍ମାଜୀ)ଙ୍କ ଜନ୍ମଦିବସ ବହୁ ଆଡମ୍ୱର ସହକାରେ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ରୁପେ କାର୍ତ୍ତିକ ମାସର ଓଷା ବାଲୁକା ପୂଜାର ମହିଳା ପ୍ରତିନିଧି ଅନୁସୁୟା ପଢିୟାରି ଯୋଗଦେଇ ଧର୍ମପରାୟଣ  ସ୍ୱର୍ଗତ ନକ୍ଷତ୍ରମାଳା ପରିଚ୍ଛାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କରି ଜୀବନର ଭଗବତ ଗୁଣ ଗୁଡିକ ପିଲାମାନଙ୍କୁ କହିଥିଲେ । ସେ କେବେ ବି ଜୀବନରେ କାହା ପ୍ରତି ରାଗିନାହାନ୍ତି । ସହିଷ୍ଣୁତା ଓ ସରଳ ଜୀବନ ଯାପନ କରିଥିଲେ ଯାହାଦ୍ୱାରା ସେ ନିରୋଗ ଥିଲେ । ସେହିପରି ଯୋଗଗୁରୁ ଲକ୍ଷ୍ମୀଚରଣ ପଟ୍ଟନାୟକ  ଯୋଗଶିଖାଇ ନିରୋଗ ରହିବା ପାଇଁ ତାଙ୍କରି ଅନୁଗାମୀ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ କେନ୍ଦ୍ରର ଛାତ୍ରୀ ଦ୍ୱୟ ଶୁଭଲକ୍ଷ୍ମୀ ପାଣୀ ଓ ପ୍ରଜାତି ଚୌଧୁରୀ ଗୀତା ପାଠନ କରିଥିଲେ । ଅନ୍ୟତମ ଅତିଥି ଦ୍ୱୟ ଜୟନ୍ତୀ ପଣ୍ଡା ଏବଂ ବାସନ୍ତି ଚୌଧୁରୀ ଫଳ ଓ ମିଠା ବଣ୍ଟନ କରିଥିଲେ । ଚିତ୍ର ଶିଳ୍ପୀ ମୁରଲୀ ଧର ପରିଛା ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ରବିବାର ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ଚିତ୍ରକଳା ଶିକ୍ଷା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ବାଳମୁକୁନ୍ଦ ଅନୁଷ୍ଠାନର ପରିଚାଳକ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ପରିଚାଳନା କରିଥିଲେ ।

Leave A Reply

Your email address will not be published.