ଦଳର ନିଷ୍ପତ୍ତି ପ୍ରତିବାଦରେ ଲିଟୁଙ୍କ ଶକ୍ତି ପ୍ରଦର୍ଶନ ଯୋଜନା

0

ଭୁବନେଶ୍ୱର: ଦଳର ସୁପ୍ରିମୋଙ୍କ ଘୋଷଣା ପ୍ରତିବାଦରେ ନିଜ ଶକ୍ତି ପ୍ରଦର୍ଶନ ପାଇଁ ଆଜି ସନ୍ଧ୍ୟାରେ ଆୟୋଜନ କରୁଛନ୍ତି ପଦଯାତ୍ରା ସମାବେଶ | ଏ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଡିଂରେ ନବୀନ ପାଣ୍ଡିଆନ ବବି ଅଛନ୍ତି, ଶଙ୍ଖ ଗାଏବ | ତେଣୁ ସ୍ୱାଧୀନ ପ୍ରାର୍ଥୀ ହୋଇ ବଢ଼ାଇ ପାରନ୍ତି ଅଶୋକ ପଣ୍ଡାଙ୍କ ପାଇଁ ଅଡୁଆ | ଲିଟୁଙ୍କୁ ବୁଝାଇବାରେ ରାଜ୍ୟ ନେତୃତ୍ୱ ଆପାତତଃ ବିଫଳ | ବିଜେଡି ନେତୃତ୍ୱଙ୍କ ନିୟନ୍ତ୍ରଣରେ ବୋଧେ ନାହାନ୍ତି ଲିଟୁ | ଦଳର ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଖୋଲା ଖୋଲି ବିରୋଧ | ଆଜିର ସମାବେଶରେ ଦଳ ବିରୋଧରେ ଘୋଷଣା କରିପାରନ୍ତି ଖୋଲା ବିଦ୍ରୋହ | ହୋଇ ପାରନ୍ତି ସ୍ୱାଧୀନ ପ୍ରାର୍ଥୀ | ଭୋଟ ବିଭାଜନ କରି ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ପାଇଁ ଉନ୍ମୁକ୍ତ କରିପାରନ୍ତି ବିଜୟ ରାସ୍ତା | ସୂଚନା ଯୋଗ୍ୟ ଯେ ଅଶୋକଙ୍କ ନାମ ଘୋଷଣା ପରେ ସ୍ୱାଧୀନ ପ୍ରାର୍ଥୀ ହେବେବୋଲି ଦେଇଥିଲେ ଇଙ୍ଗିତ.

 

Leave A Reply

Your email address will not be published.