ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ନାମନଗଡ଼ ପଞ୍ଚାୟତର ଅଧିବାସୀ ମାନେ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ରାସ୍ତା ସମସ୍ୟା ନେଇ ପଞ୍ଚାୟତ ଅଧିବାସୀ ମାନେ ଗଣମାଧ୍ୟମକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଥିବା ସୂଚନା ଦେଇଛନ୍ତି ଯେ ପାରଳାଖେମୁଣ୍ଡି ଠାରୁ ନାମନଗଡ଼ ମୁଖ୍ୟ ରାସ୍ତା ଖାଲଖମା ହୋଇଯାଇଛି। ଦୀର୍ଘ ବର୍ଷ ହେଲା ଗନାଗମାନ କରୁଛୁ। ହେଲେ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ରହିଥିବାରୁ ଯାତାୟତରେ ବହୁ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପଞ୍ଚାୟତ ମୁଖ୍ୟ ରାସ୍ତାକୁ ଯଥାଶୀଘ୍ର ମରାମତି କରିବା ସକାଶେ ପଞ୍ଚାୟତ ଅଧିବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post