ଅଠରଟି ମୋବାଇଲ ଚୋରି କରିଥିବା ଦୁଇଟି ଚୋରକୁ ଗିରଫ କଲା ବୁଡେନ ପୋଲିସ ।

0

ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲା ବୁଡେନ ଥାନା ଅଞ୍ଚଳରେ କ୍ରମାଗତ ଭାବେ ମୋବାଇଲ ଚୋରି କରି ଲୋକଙ୍କୁ ହଇରାଣ କରୁଥିବା ଦୁଇଜଣ ଚୋର ଦର୍ଲିଗୁଡା ଗ୍ରାମର ସୁଦାମ  ବରିହା (୨୧ବର୍ଷ) ଓ ସୋନୁ ପ୍ରଧାନ (୨୩ବର୍ଷ) କୁ ପୋଲିସ ଗିରଫ କରିବାରେ ସଫଲ ହୋଇଛି ।ତାଙ୍କ ଠାରୁ ୧୮ଗୋଟି ମୋବାଇଲ, ଗୋଟିଏ ମୋଟର ସାଇକଲ, ଗୋଟିଏ ଟ୍ରାକ୍ଟର ବ୍ୟାଟେରୀ ଯବତ କରିଛି ।ଏହାପରେ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଏହି ଦୁଇ ଚୋରଙ୍କୁ ଧରିବା ପରେ ଅଞ୍ଚଳରେ ଶାନ୍ତିର ବାତାବରଣ ଲୋକେ ଅନୁଭବ କରିଛନ୍ତି ,ମୋବାଇଲ ଭଲି ନିତିଦିନିଆ ଆବଶ୍ୟକ ଜିନିଷ କୁ ମଧ୍ୟ ଲୋକେ ଏହି ଦୁଇ ଚୋରଙ୍କ ଯୋଗୁଁ ବହୁ ସତର୍କତା ସହ ବ୍ୟବହାର କରୁଥିଲେ ।

Leave A Reply

Your email address will not be published.