ବିଶ୍ୱ କପ୍ ହକି ମାସ୍କଟ ଓଲିର ସଚେତନତା ଅଭିଯାନ ।

0

ଯାଜପୁର/ଜୟଶଙ୍କର ଦାଶ : ୧୪ ତମ ବିଶ୍ୱ କପ୍ ହକି କ୍ରୀଡା ସଂସ୍କରଣ ଓଡିଶା ଆୟୋଜନ କରୁଚ୍ଥି ।  ଏହି ଗୈାରବମୟ କ୍ରୀଡା ଅଧ୍ୟାୟ ନଭେମ୍ୱର  ୨୮  ତାରିଖ ଠାରୁ ଡିସେମ୍ୱର ୧୬  ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଆୟୋଜିତ ହେବ ।  ଏହି କ୍ରୀଡାର ଅବ୍ୟବହିତ ପୂର୍ବରୁ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ବିଶ୍ୱ କପ୍ ହକିରର ମାସ୍କଟ ଓଲି ସମଗ୍ର ରାଜ୍ୟ ପରିଭ୍ରମଣ କରୁଚ୍ଥି ।  ସୋମବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିିସରରେ ଜିଲ୍ଲାପାଳ ରଂଜନ କୁମାର ଦାସ ଆନୁଷ୍ଠାନିକ  ଭାବେ ପତାକା ଦେଖାଇ ଏହି ମାସ୍କଟ ଓଲି ଓ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।  କ୍ରୀଡା ସବୁବେଳେ ସଦ୍ଭାବନା, ବନ୍ଧୁତ୍ୱ ଭାବ ସୃଷ୍ଟି ସହ ପାରସ୍ପରିକ ସହଯୋଗକୁ ଦୃଢ କରିଥାଏ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିବା ସହ ଚଳିତ ହକି ବିଶ୍ୱ କପ୍ ଆମ ରାଜ୍ୟ ପାଇଁ ଏକ ଅନନ୍ୟ ଊପହାର ଯାହା କ୍ରୀଡାବିତଙ୍କୁ  ପ୍ରେରଣା ଦେବ ବୋଲି କହିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ପୂର୍ବତନ ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ସହକାରୀ ଜିଲ୍ଲାପାଳ ଊମେଶ ଚନ୍ଦ୍ର ଲେଙ୍କା, ଜିଲ୍ଲା  ସଂସ୍କୃତି ଅଧିକାରୀ, ଜିଲ୍ଲା  ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ପୂର୍ବତନ କାଊନ୍ସିଲର ସନ୍ତୋଷ କୁମାର ମଲ୍ଲିକ, ସହକାରୀ ନାଜିର ଅଶୋକ କୁମାର ମିଶ୍ର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।  ପରେ ଓଲି ମାସ୍କଟ ସହ ବିଜୁ ଯୁବ ବାହିନୀର ସ୍ୱେଚ୍ଚ୍ଥାସେବୀ, କ୍ରୀଡା ଚ୍ଥାତ୍ରାବାସର ଚ୍ଥାତ୍ର ଚ୍ଥାତ୍ରୀ ପ୍ରମୁଖ ହକି ବିଶ୍ୱ କପ୍ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । କ୍ୟାପଟେନ ମନୋରଂଜନ ବାରିକ, ପ୍ରମୋଟର ବିଜୟ କୁମାର ପୁହାଣ, ଆଙ୍କର ସନ୍ଦୀପ, ଓଲି ହୋଇଥିବା ବିକାଶ କୁମାର ସାହୁ, ମାନସ ସାହୁ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଚ୍ଥନ୍ତି । 

Leave A Reply

Your email address will not be published.