ଜଗତସିଂହପୁର,ତା-୨୭.୦୩.୨୦୨୪/ସୁମନ୍ତ କୁମାର ଦାସ: ପବିତ୍ର ଦୋଳ ପୂର୍ଣମୀ ତଥା ଶ୍ରୀଚୈତନ୍ୟ ଦେବଙ୍କ ଜୟନ୍ତୀ ଅବସରରେ ଜଗତସିଂହପର ନିକଟସ୍ଥ ପୋକପୁର ମଠରେ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ କବି ସମ୍ମିଳନୀ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସମ୍ବନ୍ଧିତ ପ୍ରତିଭା ସାହିତ୍ୟରତ୍ନ ସ୍ୱପ୍ନଳକବି ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ପୌରୋହିତ୍ୟରେ ମଠାଧୀଶ ମହନ୍ତ ତ୍ରିଲୋଚନ ଦାସ ଗୋସ୍ଵାମୀ ମହାରାଜଙ୍କ ଉପସ୍ଥିତିରେ ଉଦ୍ଘାଟିକା ସାହିତ୍ୟସାଧୂକା ତଥା ଶିକ୍ଷାବିତ୍ ଶ୍ରୀମତୀ ମନୋରମା ଦାଶଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ଜଗନ୍ନାଥ ଗବେଷକ ପଣ୍ଡିତ ରବୀନ୍ଦ୍ର ନା ନାଥ ମିଶ୍ର, ମୁଖ୍ୟବକ୍ତା ଝଙ୍କଡ଼ ସାହିତ୍ୟ ସଂସଦର ପ୍ରାଣ ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ଗୋଲୋକବିହାରୀ ପଲାଇ, ବରେଣ୍ୟ ଅତିଥ୍ ଜଗତସିଂହପୁର ସାହିତ୍ୟ ପରିଷଦର ସମ୍ପାଦକ ତଥା ବିଶିଷ୍ଟ ଗୀତିକବି ଶ୍ରୀ ଉମାକାନ୍ତ ନାୟକ, ସାହିତ୍ୟିକା ଡକ୍ଟର ବିଷ୍ଣୁପ୍ରିୟା ଦାସ, ସୁସାହିତ୍ୟିକ ପ୍ରାଚୀ କଲେଜର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ସେନାପତି ଯୋଗଦାନ କରି ଦୋଳଯାତ୍ରା ପରିପ୍ରେକ୍ଷୀରେ ଶ୍ରୀରାଧାକୃଷ୍ଣ ତତ୍ତ୍ଵ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀ କୃଷ୍ଣଚନ୍ଦ୍ର ନନ୍ଦ, ପୁରୁଷୋତ୍ତମ ଦାସ, ତିଳୋତ୍ତମା ଦାଶ, ନୀଳକଣ୍ଠ ମିଶ୍ର,ରମାକାନ୍ତ ଦାସ, ନିର୍ମଳା କୁମାରୀ ସାହୁ, କନକଲତା ଶତପଥୀ, ପଦ୍ମାବତୀ ମିଶ୍ର, ଶେଷଦେବ ଛୋଟରାୟ ଓ ଦୁ ର୍ଯ୍ୟୋଧନ ମହାନ୍ତି ପ୍ରମୁଖ ୩୧ଜଣ କବିଙ୍କ ସ୍ୱରଚିତ କବିତାକୁ ସଂଯୋଜନା କରିଥିଲେ କବି ଦିଗମ୍ବର ରାଉତ, ଝଙ୍କଡ଼ କନ୍ୟା ଶ୍ରୀମତୀ ସବିତା ନାୟକ ଏବଂ କବୟିତ୍ରୀ ମନୋରମା ଶତପଥୀ । ଶେଷରେ ହେମନ୍ତ କୁମାର ବିଶ୍ଵାଳ ଧନ୍ୟବାଦ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.