ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୭/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମରେ ଆଦିବାସୀଙ୍କ ପାରମ୍ପାରିକ ଶିବରାତ୍ର ବଜାର ଅନୁଷ୍ଠିତ ହୋଇଯାଇଛି।ମହା ଶିବରାତ୍ର ପରେ ପରେ ଗ୍ରାମ ମାନଙ୍କରେ ଗ୍ରାମ ର ମୁଖ୍ୟ ଆରାଧ୍ୟ ଦେବତା ସହ ଶିବ ଙ୍କୁ ଆରାଧନା କରାଯାଇ ପୂଜାର୍ଚ୍ଚନା କରା ଯାଉଥିବାର ବିଧି ପ୍ରଚଳିତ ରହିଛି। ତେବେ ଗ୍ରାମ ରେ ସୁବିଧା ଅନୁଯାୟୀ ମହା ଶିବରାତ୍ର ଉତ୍ସବ ପରେ ପରେ ଏହା ପାଳନ କରାଯାଇଥାଏ। ଚିକିଲି ଗ୍ରାମରେ ଗତକାଲି ରାତ୍ର ଠାରୁ ଗ୍ରାମ ର ମୁଖ୍ୟ ପୂଜାରୀ ଓ ଗ୍ରାମବାସୀ ଉଜାଗର ରହିବା ସହ ଶିବଙ୍କୁ ଆରାଧନା କରିଥିଲେ। ଆଜି ଗ୍ରାମର ମୁଖ୍ୟ ଆରାଧ୍ୟା ଦେବତା ମା ସନାଦେଇ ସହ ଭଗବାନ ଶିବଙ୍କୁ ଚିକିଲି ସହ ଆଖ ପାଖ ଗ୍ରାମର ଭକ୍ତ ମାନେ ଆସି ମନାସି ରଖିବା ସହ ପୂଜାର୍ଚ୍ଚନା କରିଥିଲେ। ଗ୍ରାମରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିବର୍ଷ ଏହି ଶିବରାତ୍ର ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ରାତ୍ର ରେ ଲୋକଙ୍କ ମନୋରଞ୍ଜନ ପାଇଁ ରାଉଳି ଗୁଡା ର ଏକ ଆଦିବାସୀ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ଥିବା ବେଳେ ଆଜି ଅପରାନ୍ନରୁ ଗ୍ରାମରେ ଭଳିକି ଭଳିକି ଦୋକାନ ବଜାର ଖୋଲିଛି। ଏହି ଶିବରାତ୍ର ଯାତ୍ରା ପରିଚାଳନା ରେ ତୁଳାରାମ୍ ପୂଜାରୀ, ମୁକୁନ୍ଦ ପୂଜାରୀ, ଡମୁ ଗୌଡ଼, ବୁଦନ ପୂଜାରୀ, ପରମାନନ୍ଦ ଭତରା, ସନା ସିଂ ଗଣ୍ଡା, ସ୍ଵାଧୀନ ପଟ୍ଟନାୟକ, କଉଡ଼ି ଭତରା, ରନ ସାଏ ଗୌଡ଼, ଈଶ୍ୱର ଗଣ୍ଡା, ଧରମ ସିଂ ଗଣ୍ଡା ଓ ବାବୁଲା ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post