ଭଞ୍ଜସାହିତ୍ୟ କୁ ଇଂରାଜୀ ଓ ହିନ୍ଦୀ ଭାଷାର ଅନୁବାଦ ଉପରେ ଗୁରୁତ୍ବ

0

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଜନ୍ମମାଟି ଗଞ୍ଜାମ ଜିଲ୍ଲା ର କୁଲାଡ ଗ୍ରାମରେ ୩୪ ତମ ଭଞ୍ଜ ଜଯନ୍ତୀ ପାଳନ ଉତ୍ସବରେ ଭଞ୍ଜସାହିତ୍ୟକୁ ଇଂରାଜୀ ଓ ହିନ୍ଦୀ ଭାଷାରେ ଅନୁବାଦ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି ।

ଓଡିଶାର ବିରଳ ଘୁମୁସର ଭଞ୍ଜମାଟି କୁଲାଡ ଭଞ୍ଜ ମଣ୍ଡପ ଠାରେ ଭଞ୍ଜଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ ବାର୍ଡ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ସଂସ୍କୃତି ବିଭାଗ ଓଡିଶା ସରକାର ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତI ଭାରତ ସରକାରଙ୍କ ମିଳିତ ସହଯୋଗରେ ୩୪ ତମ ରାଜ୍ୟସ୍ତରୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ କୁ ଏକାଡେମୀ ଉପ ସଭାପତି ଶ୍ରୀଯୁକ୍ତ ମନ୍ମଥ ଶତପଥୀ ଓ ଜଳ ସମ୍ପଦ ସର୍ବୋଚ ଯନ୍ତ୍ରୀ ଇଂଜିନିୟର ଶ୍ରୀଯୁକ୍ତ ଲିଙ୍ଗରାଜ ଗୌଡ ମୁଖ୍ୟଅତିଥି ରୂପେଯୋଗ ଦେଇ ଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରି ଥିଲେ। ସମ୍ନାନନୀୟ ଅତିଥି ଭାବେ କୁଲାଡ ସରପଞ୍ଚ ଶ୍ରୀମତୀ ଭି ସଞ୍ଜୁକ୍ତା ରIଜୁ , ପୂର୍ବତନ ଜେନେରାଲ ମ୍ୟାନେଜର ଇଣ୍ଡିଆନ ବ୍ଯାଙ୍କ ର ବି. ଭେଙ୍କଟରତ୍ନ ପାତ୍ର, ମୁଖ୍ୟବକ୍ତା ଭାବେ ପ୍ରଫେସର ଡ଼ଃ ପୂର୍ଣଚନ୍ଦ୍ର ମହାପାତ୍ର ଓ ଡ଼ଃ ଶାନ୍ତନୁକୁମାର ରଥ ସଭାପତିତ୍ଵ କରିଥିଲେ I ବୁଗୁଡାସ୍ଥିତ ଭଞ୍ଜ ସାହିତ୍ୟ ସଂଗଠକ ଶ୍ରୀ କାମରାଜୁ ସାହାଣୀ ଙ୍କୁ ଭଞ୍ଜଶ୍ରୀ ଉପାଧିରେ ସମ୍ମାନିତ କରାଯାଇ ଥିଲା I
ଆୟୋଜିତ ଭଞ୍ଜ ଜୟନ୍ତୀ ଉତ୍ସବ ଅବସରରେ ଆଗନ୍ତୁକ ସମ୍ନାନନୀୟ ଅତିଥି ବୃନ୍ଦ ନିଜର ଭିନ୍ନଭିନ୍ନ ମତରେ ଭଞ୍ଜସାହିତ୍ୟ କୁ ଓ ଭଞ୍ଜ ଐତିହ୍ୟ କୁ ନିଜ ଭାଷାକୋଷରେ ଉଜ୍ଜିବିତ କରିଥିଲେ।
ଉପେନ୍ଦ୍ର ଭଞ୍ଜ ସାହିତ୍ୟ ନଥିଲେ ଓଡିଆ ଭାଷI ନଥାନ୍ତI, ସଙ୍ଗୀତ ନଥିଲେ ଗଞ୍ଜାମ ଲୋକ କଳାର ଅସୀମିତ ଓ ଶାସ୍ତ୍ରୀୟ ନୃତ୍ୟ ଓଡିଶୀ ଓ ଓଡିଆ ନଥାନ୍ତା । ସେହିପରି ଭଞ୍ଜକବି ଙ୍କ ଅଗାଧ ସଂସ୍କୃତ ପାଣ୍ଡିତ୍ୟରେ ଓଡିଆ ଭାଷାକୁ ସଂସ୍କୃତ ସହ ସମତୁଲ କରିବା ଓ ଛାନ୍ଦ,ଚଉପଦୀ,ଚଉତିଶା, ଯମକ, ଗୀତାଭିଧାନ, ବୈଦେହୀଶ ବିଳାସ ,ସୁଭଦ୍ରା ପରିଣୟ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, କଳାକୌତୁକ, ଅବନା ରସତରଂଗ ପ୍ରାୟ ଚଉଷଠିରୁ ଊର୍ଦ୍ଧ୍ଵ କାବ୍ୟ ରଚନା କରି ଓଡିଆ ଭାଷାକୁ ବିଶ୍ଵ ଦରବାର ପରିଚିତ କରି ପାରିଛନ୍ତି । ବର୍ତ୍ତମାନ ୧୨ ଗୋଟି ଦେଶରେ ଓ ୨୦ ଟି ରାଜ୍ୟ ବାହାରେ ଭଞ୍ଜଜୟନ୍ତୀ ମହାଆଡମ୍ବର ରୂପେ ପାଳନ ହେଉଛି ଓ କବିଙ୍କ କାବ୍ଯ କବିତା ସଙ୍ଗୀତ ବିଷୟରେ ବାହାର ଲୋକ ଜାଣିବା ଆଗ୍ରହ ସୃଷ୍ଟି ହେବାରେ ଲାଗିଛି । ଯଦି, ଭଞ୍ଜସାହିତ୍ୟକୁ ଇଂରାଜୀ ଓ ହିନ୍ଦୀ ଭାଷାରେ ଅନୁବାଦ କରିବା, ଭଞ୍ଜ ନାମରେ ଡାକ ଟିକଟ, ଭଞ୍ଜକବିଙ୍କ ଶ୍ରେଷ୍ଠ କାବ୍ୟ ବୈଦେହୀଶ ବିଳାସ ନାମରେ ବୈଦେହୀ ଟ୍ରେନ ଘୋଷଣା କରିବା, ସମସ୍ତ ବିଦ୍ୟାଳୟରେ ଭଞ୍ଜଦରବାର ଖୋଲିବା ସହ ଗଞ୍ଜାମ ଘୁମୁସର ଐତିହ ଲୋକ କଳାକାର ପ୍ରାଚୀନ ପରମ୍ପରା ଦୁସ୍ତ କଳାକାର ଭଞ୍ଜସାହିତ୍ୟ ସଙ୍ଗୀତ ଉପରେ ଆଧାରିତ ସଖୀ,ଭାରତଲୀଳା, ଦୁଆରୀ,ନବରଙ୍ଗୀ, ଦIଶକାଠିଆ, ଘୁଡିକି,ଢଣକୋଇଲି, ଗାହଣ, ପ୍ରହଲ୍ଲାଦ ନାଟକ, ରାଧାପ୍ରେମ ଲୀଳା,କୃଷ୍ଣଲୀଳା,ଘୋଡା ନାଚ,ପାଲା ,ଲୀଳା ସାହିତ୍ୟ ବିକାଶ କ୍ଷେତ୍ରରେ ଶାସନ ଓ ପ୍ରଶାସନର ସାହାଯ୍ୟ ଓ ରାଜନୀତି ଇଛା ଶକ୍ତିର ଯଥେଷ୍ଟ ଆବଶ୍ୟକତା ରହିଛି। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଭଞ୍ଜଙ୍କ ମାଟିରେ ପରିଯ୍ୟାପ୍ତ ହୋଇ ପାରିଲା ନIହିଁ ବୋଲି ଭଞ୍ଜ ଗବେଷକ ସଭାରେ ନିଜ ନିଜ ର ମତରଖିଥିଲେ I ବ୍ରହ୍ମପୁରର ଅଙ୍ଗହାର ନୃତ୍ୟାୟନ କଳାକାରଙ୍କ ଦ୍ଵାରା ଓଡିଶୀ ନୃତ୍ୟ ଏଠାରେ ପରିବେଷଣ କରାଯାଇଥିଲା । ଉକ୍ତ ସଭାରେ ଶିକ୍ଷIବିତ ଶ୍ରୀଯୁକ୍ତ ଲକ୍ଷ୍ମଣ ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିବା ପୂର୍ବକ ଅନୁଷ୍ଠାନ ବାର୍ଡ ସମ୍ପIଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ I ଏଠାରେ ଅନେକ ପତ୍ରିକା ର ପତ୍ରକାର ଗଣ ଉପସ୍ଥିତ ରହି, ଭଞ୍ଜମାଟି ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ କିର୍ତିରାଜିକୁ ସଂଗ୍ରହ କରି ଦେଶ ବିଦେଶ ରେ ପ୍ରଚାର ପ୍ରସାର କରାଇବା ପାଇଁ ଚେଷ୍ଠା କରିଥିବାରୁ ଉକ୍ତ ଉତ୍ସବରେ ଅତିଥି ମାନେ ସାମ୍ବାଦିକ ବନ୍ଧୁ ମାନଙ୍କୁ ବିଶେଷ ଭାବରେ ସମ୍ନାନ ପ୍ରକାଶ କରିଥିଲେ।

Leave A Reply

Your email address will not be published.