ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର): ୨୦୨୪ ସାଧାରଣ ପରି ରିପ୍ରେକ୍ଷୀରେ ଓଡ଼ଗାଁ କୋର୍ଟ ସନ୍ନିକଟ କଂଗ୍ରେସ କାର୍ଯ୍ୟାଳୟରେ ଠାରେ ଓଡ଼ଗାଁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଦଳର ଗ୍ୟାରେଣ୍ଟି କାର୍ଡର ଉନ୍ମୋଚନ କରାଯାଇଥିଲା । କଂଗ୍ରେସ ଦଳ ଚଳିତ ନିର୍ବାଚନରେ ବିଜୟ ହାସଲ କରି କ୍ଷମତାକୁ ଆସିଲେ ମୁଖ୍ୟତଃ ୯ ପ୍ରକାର ସୁବିଧା ସୁଯୋଗ ଜନସାଧାରଣଙ୍କୁ ଯୋଗାଇଦେବାକୁ ଗ୍ୟାରେଣ୍ଟି କାର୍ଡରେ ଉଲ୍ଲେଖ ରହିଛି। ନୟାଗଡ଼ରେ ନୂତନ ଚିନିକଳ ପ୍ରତିଷ୍ଠା, ଗୃହ ଜ୍ୟୋତି ଯୋଜନାରେ ରାଜ୍ୟର ପ୍ରତ୍ୟେକ ଘରୋଇ ବିଦ୍ୟୁତ ଉପୋଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ ବିଜୁଳି ଦେୟ ଛାଡ଼, ରାଜ୍ୟର ୫ ଲକ୍ଷ ଯୁବକ ନିଯୁକ୍ତି ବ୍ଯବସ୍ଥା, ବେକାରୀଙ୍କୁ ମାସିକ ୩୦୦୦ ଭତା ପ୍ରଦାନ, କୃଷକ ବନ୍ଧୁ ଯୋଜନାରେ ବୋନସ ସହିତ ଧାନର କୁଇଣ୍ଟାଲ ପ୍ରତି ୩ ହଜାର ଟଙ୍କା, କୃଷକଙ୍କୁ ମାସିକ ୨ ହଜାର ଟଙ୍କା ପେନସନ ଏବଂ କୃଷି ରୁଣ ଛାଡ଼ ଛାଡ଼, ଗୃହଲକ୍ଷ୍ମୀ ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଋଣ ଛାଡ଼, ମହିଳାଙ୍କୁ ୨ ହଜାର ଟଙ୍କା, ଆଦିବାସୀ-ଦଳିତ ମହିଳାଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ଏବଂ ମାସକୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ଜନକଲ୍ୟାଣ ଯୋଜନାରେ ସମସ୍ତଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମାରେ ମାଗଣା ଚିକିତ୍ସା ବ୍ୟବସ୍ଥା, ବାଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ମାସିକ ୨ ହଜାର ଟଙ୍କା, ଚିଟଫଣ୍ଡ ପ୍ରଭାବିତ ଜମାକାରୀ ମାନଙ୍କୁ ୬ ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ, ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା, ଆଦିବାସୀ ଓ ଦଳିତ ବର୍ଗଙ୍କ ନିଜ ଜମି ଓ ଜଙ୍ଗଲ ଜମି ଉପରେ ସମ୍ପୂର୍ଣ୍ଣ ଅଧୂକାର, ୧ ଶହ ଦିନ ମଧ୍ୟରେ ପେସା ଆଇନକୁ କଡାକଡି ଭାବେ ଲାଗୁ କରାଯିବା ପାଇଁ କଂଗ୍ରେସ ପକ୍ଷରୁ ଗ୍ୟାରେଣ୍ଟି ଦିଆଯାଇଛି। ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଂଯୋଜନା କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବନିଯୁକ୍ତ ପିସିସି ସାଧାରଣ ସମ୍ପାଦକ ହୁସେନ ଖାଁ, ସତ୍ୟବ୍ରତ ନାୟକ, ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବନେତା ବିଭୁ ପ୍ରସାଦ ମିଶ୍ର, ଜିଲ୍ଲା କଂଗ୍ରେସ ସୋସିଆଲ ମିଡିଆ ଅଧ୍ଯକ୍ଷ ଦିଲ୍ଲୀପ କୁମାର ବିଶୋଇ, ଡିସିସି ଉପସଭାପତି ବସନ୍ତି କର, ଓଡଗାଁ ବ୍ଲକ କଂଗ୍ରେସ ଉପସଭାପତି ଆଡ଼ଭୋକେଟ ବିଭୁତି ରାଉତ, ଜିଲ୍ଲା ଆଇଏନଟିୟୁସି ଅଧ୍ୟକ୍ଷ ଆଲୋକ ପ୍ରଧାନ ଏବଂ ବରିଷ୍ଠ କର୍ମୀ ନିରଞ୍ଜନ ରାଉତ ପ୍ରମୁଖଙ୍କ ଉପସ୍ଥିତରେ ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ଗ୍ୟାରେଣ୍ଟି କାର୍ଡ ଅନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post