ଓଡ଼ଗାଁ ବିଜେଡି ଶିବିରରେ ଉତ୍ସାହ

0

ଓଡ଼ଗାଁ,୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବିଧାନସଭା ଆସନରୁ ବିଧାୟକ ଡ଼ ଅରୁଣ କୁମାର ସାହୁ ତାଙ୍କର ପଞ୍ଚମ ପାଳିରେ ପୁଣି ଥରେ ବିଧାୟକ ପ୍ରାର୍ଥୀ ରୂପେ ଦଳ ତରଫରୁ ମନୋନୀତ ହୋଇଥିବାରୁ ସ୍ଥାନୀୟ ବିଜେଡି ନେତା, କର୍ମୀ ଓ ସମର୍ଥକ ମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିରୋଧୀଙ୍କ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଗତ ୨୦ ବର୍ଷ ମଧ୍ୟରେ ଅରୁଣଙ୍କୁ ନେଇ ବିରୋଧୀଙ୍କ ଅଙ୍କଗଣନା ବାରମ୍ଵାର ଭୁଲ ପ୍ରମାଣିତ ହୋଇଛି। ଏବେ ସହରରୁ ଗାଁ ପର୍ଯ୍ୟନ୍ତ କିଛି ଦିନ ଧରି ନିରବୀ ଯାଇଥିବା କର୍ମୀ,ସମର୍ଥକମାନେ ବିଜେଡି ଦଳ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ପରେ ଜାଗ୍ରତ ହୋଇପଡିଛନ୍ତି।ଓଡ଼ଗାଁ ବିକାଶ ପାଇଁ ଯେକୌଣସି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସାରି ସବୁବେଳେ ସମୟକୁ ନିୟନ୍ତ୍ରିତ କରିପାରୁଥିବା ଅରୁଣ ଆଗାମୀ ୫ ବର୍ଷରେ ୨୫ ବର୍ଷର ଓଡ଼ଗାଁ ଗଠନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଯାହାକି ଓଡ଼ଗାଁ ସାଜିବ ଓଡ଼ିଶା ପାଇଁ ଦ୍ୱାର ବୋଲି ଲକ୍ଷ୍ୟ ରଖିଛନ୍ତି ବୋଲି ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଏବଂ ଅନ୍ୟମାନେ କହିଛନ୍ତି।ସୂଚନା ଥାଉ କି ନୟାଗଡ଼ ବିଧାୟକ ଡ଼ ସାହୁ ନିରବଚ୍ଛିନ୍ନ ଭାବେ ଚତୁର୍ଥ ପାଳି ଅର୍ଥାତ ୨୦ ବର୍ଷର କାର୍ଯ୍ୟକାଳ ପୂରଣ କରିଥିବାବେଳେ ଏବେ ୫ମ ଥର ପାଇଁ ୨୦୨୪ ସାଧାରଣ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚନ ଲଢ଼ିବେ ଏବଂ ସେ ନୟାଗଡ଼ର ବିକାଶ ହେବ ତାଙ୍କ ଜିତିବାର ମୂଳମନ୍ତ୍ର ତେଣୁ ସେ ପଞ୍ଚମ ପାଳି ନୟାଗଡ଼ର ବିଧାୟକ ହେବେ ବୋଲି ସମର୍ଥକମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି।ନୟାଗଡ଼ ବିଧାୟକ ଭାବରେ ଡ଼ ଅରୁଣ କୁମାର ସାହୁ ଯେଉଁ ରେକର୍ଡ ସୃଷ୍ଟି କରିଛନ୍ତି ତାକୁ ନିକଟ ଭବିଷ୍ୟତରେ କେହି ଭାଙ୍ଗି ପାରିବେ ନାହିଁ ବୋଲି ମଧ୍ୟ ସମର୍ଥକ ମାନେ ଦାବି କରିଛନ୍ତି।ଠିକ ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଷଷ୍ଠ ଥର ଭାବରେ ମୁଖ୍ୟମନ୍ତ୍ରୀ ହେବେ ଓ ସମଗ୍ର ଭାରତବର୍ଷରେ ଏହା ରେକର୍ଡ ହେବ ବୋଲି କହିଥିଲେ।

Leave A Reply

Your email address will not be published.