ଝାରପୋଖରିଆ ପୋଲିସର ଫ୍ଲାଗ ମାର୍ଚ୍ଚ

0

 ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ (ଶାସକ ପ୍ରଶାସକ:) ଆଗାମୀ ସାଧାରଣ ନିର୍ବାଚନରେ ଅବାଧ ଓ ଶାନ୍ତିପୂର୍ଣ ଭାବେ ମତଦାନ ପରିପ୍ରେକ୍ଷୀରେ ଝାରପୋଖରିଆ ଥାନା ତରଫରୁ ମିଳିତ ଫ୍ଲାଗ ମାର୍ଚ୍ଚ ହୋଇଯାଇଛି । ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝରପୋଖରିଆ ଥାନା ଅଧିକାରୀ ଶ୍ରୀ ମୃତ୍ୟୁଞ୍ଜୟ ପ୍ରଧାନ  ଏବଂ  ଏସ,ଡି,ପି ଓ ସୁଜିତ୍ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ହୋଇଯାଇଛି । ଫ୍ଲାଗମାର୍ଚ୍ଚ  ଝରପୋଖାରିଆ ଥାନା ଅଧିକାରୀ ଙ୍କ ସହିତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ (ସି ଆଇ ଏସଏଫ୍) ଏବଂ ଓଡ଼ିଶା ରାଜ୍ୟ ପୁଲିସ ଫୋର୍ସ   (ଓ ଏସ ଏ ପି) ଏବଂ ଝାରପୋଖରିଆ ଥାନା ପୁଲିସ  ମିଳିତ ଭାବେ  ସାରସ କଣା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଯଥା ପାକଟିଆ ରୁ ଫ୍ଲାଗମାର୍ଚ୍ଚ ଆରମ୍ଭ କରି ଦୀଘି ,ସାରସକଣା ବଜାର ପରିକ୍ରମା କରି  ଶିର୍ଷା ବମ୍ବେଛକ ଓ ତିନି  ରାଜ୍ୟର ସିମାନ୍ତ ଜାମଶୋଳ ପର୍ଯ୍ୟନ୍ତ ଯାଇଥିଲେ। ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆଇନ ଶୃଙ୍ଖଳା ରକ୍ଷା ସହିତ ଅବାଧ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଲୋକମାନଙ୍କ ମଧ୍ୟରେ ଦୃଢ଼ ଆତ୍ମ ବିଶ୍ବାସ ସୃଷ୍ଟି କରିବା ଉକ୍ତ ଫ୍ଲାଗ ମାର୍ଚ୍ଚ ର ମୂଳ ଉଦ୍ଦେଶ୍ୟ।  ନିର୍ବାଚନ କମିଶନଙ୍କ ଦ୍ବାରା ଆଗାମୀ ୨୦୨୪ ସାଧାରଣ ନିର୍ବାଚନ କୁ ମୁକ୍ତ,ଅବାଧ,ନିରପେକ୍ଷ ଓ ନିର୍ଭିକ ଭାବେ ପରିଚାଳନା କରିବା ପ୍ରଶାସନର ଲକ୍ଷ୍ୟ ରଖି ସମସ୍ତ ଉଦ୍ୟମ କରାଯାଉଛି । ଜିଲ୍ଲାକୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଆସିଥିବା ବେଳେ ସମସ୍ତ ଭୋଟର ନିର୍ଭୟରେ ସେମାନଙ୍କ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସଠିକ ଭାବରେ ମତଦାନ ସାବ୍ୟସ୍ତ କରିବା ସହିତ ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଏହି ଫ୍ଲାଗମାର୍ଚ୍ଚ ଦ୍ଵାରା ଜନସାଧାରଣ ଙ୍କୁ ସଚେତନ କରାଯାଇଛି । 

Leave A Reply

Your email address will not be published.