ଭୁବନେଶ୍ୱର: ରାଜ୍ୟର ପ୍ରାୟ ୭୦୦୦ ହାଇସ୍କୁଲକୁ ୫-ଟି ହାଇସ୍କୁଲରେ ରୂପାନ୍ତରିତ କରାଯାଇଛି ।ସେହିଭଳି ଅଧିକାଂଶ କଲେଜର ରୂପାନ୍ତରଣ ମଧ୍ୟ ହୋଇଛି ।ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ଏବଂ ୫-ଟି ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ କଠିନ ପରିଶ୍ରମରେ ଏହା ସଫଳ ହୋଇଛି ବୋଲି କହିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଓ ମହାସଚିବ ଇପସୀତା ସାହୁ ।
ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଶ୍ରୀ ତ୍ରିପାଠୀ ଓ ଶ୍ରୀମତୀ ସାହୁ କହିଛନ୍ତି ଯେ, ୟୁଜି ଏବଂ ପିଜି କୋର୍ସରେ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀଙ୍କୁ ବିଜେଡି ସରକାର ନୂଆ- ଓ ସ୍କଲାରଶିପ ପ୍ରଦାନ କରିଛନ୍ତି, ଯେଉଁଥିରେ ପ୍ରାୟ ୯୮% ଛାତ୍ରଛାତ୍ରୀ ଉପକୃତ ହୋଇପାରିଛନ୍ତି । ଦେଶର କୌଣସି ବି ରାଜ୍ୟରେ ଏତେବଡ ମାତ୍ରାରେ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଚାଲିନାହିଁ ।ଓଡିଶା ଏ ଦିଗରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିପାରିଛି ।
ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସହିତ ସ୍ପୋର୍ଟସ୍ଏବଂ କଲଚରାଲ ପ୍ଲାଟଫର୍ମ ଉପଲବ୍ଧ କରାଇଛନ୍ତି ।ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନବୀନ ଓଡିଶା ମ୍ୟାଜିକ କାର୍ଡ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ଯାଉଛନ୍ତି ।ଏହି ନବୀନ ଓଡିଶା ମ୍ୟାଜିକ କାର୍ଡରେ ରାଜ୍ୟ ସରକାର ଘୋଷଣା କରିଥିବା ସୁବିଧା ବାଦ୍ ଆଉ କ’ଣ ସବୁ ସୁବିଧା ସାମିଲ କରିବାର ଆବଶ୍ୟକତା ରହିଛି, ସେ ନେଇ ଜିଲ୍ଲାସ୍ତରରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ୫-ଟି ଅଧ୍ୟକ୍ଷ କହଥିଲେ ।
ଆଗାମୀ ୭ ଦିନ ଭିତରେ ବିଜୁ ଛାତ୍ରଜନତା ଦଳର କର୍ମକର୍ତା, ଜିଲ୍ଲା ଗସ୍ତ କରି ଏନେଇ ମତାମତ ସଂଗ୍ରହ କରିବେ ।ଏହାବାଦ୍ ଗୁଣାତ୍ମକଶିକ୍ଷା ପାଇଁ ଛାତ୍ରମାନଙ୍କର ଆଉ କ’ଣ ଆବଶ୍ୟକତା ରହିଛି, ସେନେଇ ଆସିଥିବା ପରାମର୍ଶକୁ ଏକାଠି କରି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପ୍ରଦାନ କରାଯିବ । ଆମ ହ୍ୱାଟସଆପ୍ ନମ୍ବର-୯୦୭୮୪୦୪୪୪୪ ଏବଂ ଇ-ମେଲ୍ ଆଇଡି[email protected] ଜରିଆରେ ମଧ୍ୟ ମତାମତ ଦେଇପାରିବେ ।
ଆଗାମୀ ନିର୍ବାଚନରେ ବିଜୁଜନତା ଦଳ ତରଫରୁ ଯେଉଁ ଇସ୍ତାହାର ଜାରି କରାଯିବ, ସେଥିରେ ସ୍ୱତନ୍ତ୍ର ଭାବେ ଷ୍ଟୁଡେଣ୍ଟ ମାନିଫେଷ୍ଟୋ ସାମିଲ କରିବା ପାଇଁ ଅନୁରୋଧ କରାଯିବ ଏବଂ ଏହାକୁ ନୂତନ ସରକାରର ପ୍ରଥମ କ୍ୟାବିନେଟରେ ପାରିତ କରିବାକୁ ଛାତ୍ରସମାଜ ପକ୍ଷରୁ ଅନୁରୋଧ କରିବୁ । ଆମର ସଂପୂର୍ଣ୍ଣ ବିଶ୍ୱାସ ମୁଖ୍ୟମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିବେ । ଆଗାମୀ ୧୦ ବର୍ଷ ଅର୍ଥାତ୍ ୨୦୨୪ରୁ ୨୦୩୪ ଯାଏଁ ଛାତ୍ରଏବଂ ଯୁବପୀଢିଙ୍କ ପାଇଁ ସୁବର୍ଣ୍ଣ ସମୟ ।ଏହି ଅବଧିରେ ଶିକ୍ଷାର ଦ୍ରୁତ ଅଭିବୃଦ୍ଧି, ଦକ୍ଷତାବିକାଶ, ନିବେଶ ଓ ନିଯୁକ୍ତି ଜରିଆରେ ସଶକ୍ତିକରଣ ବ୍ୟାପକ ଆକାରରେ ହେବାକୁ ଯାଉଛି । ଯାହା ଏକ ସମୃଦ୍ଧ, ସଶକ୍ତ ଓ ନବୀନ ଓଡିଶା ଗଠନରେ ସହାୟକ ହେବ ବୋଲି ଶ୍ରୀତ୍ରିପାଠୀ ଓ ଶ୍ରୀମତୀ ସାହୁ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ରଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ବିଶ୍ୱପ୍ରତାପ ସାହୁ, ରାଜେଶରାଜ ସ୍ୱାଇଁ, ମିକୁ ପ୍ରଧାନ, ବରିଷ୍ଠ ଉପସଭାପତି ପ୍ରଦୋଷ ପରିଡ଼ା, ଅପୂର୍ବା ଅପରୂପା, ସ୍ୱାଗତିକା ମହାନ୍ତି ପ୍ରମୁଖଉପସ୍ଥିତ ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ,ବିଜୁ ଛାତ୍ର ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ଶ୍ରୀ ଦେବୀରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ନବୀନ ନିବାସ ଯାଇ ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଏବଂ ସାଧାରଣ ସମ୍ପାଦକ (ଛାତ୍ର ଓ ଯୁବବ୍ୟାପାର) ତଥା ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.