ଜେଆରଜି ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ଉତ୍କର୍ଷ କାର୍ଯ୍ୟକ୍ରମ ଉଦଘାଟିତ

0

ଖୋର୍ଦ୍ଧା/ ଯୋଗେଶ୍ୱର ପଣ୍ଡା –ଖୋର୍ଦ୍ଧା ସଦର ମହକୁମା ସ୍ଥିତ ଶିଳ୍ପାଞ୍ଚଳ ଅନ୍ତର୍ଗତ ଜେଆରଜି ଏଜୁକେସନାଲ ଟ୍ରଷ୍ଟ ଆନୁକୂଲ୍ୟରେ ରାଧାକ୍ରୀଷ୍ଣ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଣ୍ଡ ଇଞ୍ଜନିୟରିଂ,କ୍ରିପ୍ଟନ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ବିଦ୍ୟାଳୟ,ଜେଆରଜି କଲେଜ ଅଫ ଫାର୍ମାସି ଓ ଡିଡିୟୁ ଜିକେୱାଇ ପକ୍ଷରୁ ଉତ୍କର୍ଷ-୨ ବାର୍ଷିକ ଟେକନୋ ମ୍ୟାନେଜମେଣ୍ଟ କଲଚରାଲ ଫେଷ୍ଟ ଉଦଘାଟନ ହୋଇଛି । ଏଥିରେ ଜେଆରଜି ଟ୍ରଷ୍ଟର ଚେୟାରମ୍ୟାନ ବିନିତ ମୋହନ ଗୁପ୍ତା ଉଦଘାଟନ୍ କରିଥିଲେ। ଭୁବନେଶ୍ୱର ସ୍ଥିତ ନାଇଜର ରେଜିଷ୍ଟାର ଡ଼ଃ ଅଭୟ କୁମାର ନାୟକ ମୁଖ୍ୟ ଅତିଥି,ଜେଆରଜି ଏଜୁକେସନାଲ ଟ୍ରଷ୍ଟର ଉପାଧ୍ୟକ୍ଷା ରଶ୍ମି ଗୁପ୍ତା ବିଶିଷ୍ଟ ଅତିଥି,ବ୍ୟଙ୍ଗକବି ଜ୍ଞାନ ହୋତା ମୁଖ୍ୟବକ୍ତା,ପୁରୀ ସ୍ଥିତ ଓୟୁଏଚଏସ ନିର୍ଦ୍ଦେଶକ ଡିନ୍ ଡ଼ଃ ସନ୍ତୋଷ କୁମାର ମହାପାତ୍ର,ରାଧାକ୍ରୀଷ୍ଣ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଡ଼ଃ ସୁବାସ ରଞ୍ଜନ କବାଟ ଓ ଜେଆରଜିକଲେଜ ଫାର୍ମାସୀ ଅଧ୍ୟକ୍ଷ ଡ଼ଃ ଆଶିଷ ଦେବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ବୈଷୟିକ ଜ୍ଞାନକୌଶଳ ଓ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥା ଉନ୍ନତି ଦିଗରେ ଯଥେଷ୍ଟ ସହାୟକ ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଟ୍ରଷ୍ଟର ଉପଦେଷ୍ଟା କ୍ୟାପଟେନ ନବୀନ ଚନ୍ଦ୍ର ଶର୍ମା ଅତିଥି ପରିଚୟ ଓ କ୍ରିପ୍ଟନ୍ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରେବେକା ଭଟାଚାର୍ଯ୍ୟ ସ୍ଵାଗତ ଭାଷଣ ଦେଇଥିଲେ।

Leave A Reply

Your email address will not be published.