ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନସଫରମର

0

ଶାସକ ପ୍ରଶାସକ, ଖଲିକୋଟ ରୁ ଶିଵରାମଜେନା: ଖଲିକୋଟ ର ଇତିହାସ ପୃଷ୍ଠାରୁ ଅବଲୋକନ କଲେ ଜଣାଯାଏ ଯେ, ଖଲିକୋଟ ରେ ଅବସ୍ଥିତ ପାୱ।ର ହାଉସ୍ ରାଜାଙ୍କ ଶାସନ କାଳରେ ଡାଇନାମା ମୋଟର ଯୋଗେ ବିଜୁଳି ବତି ଜଳୁଥିଲା। ପରବର୍ତ୍ତୀ ସମୟରେ ରାଜା ଜନହିତକର କାର୍ଯ୍ୟ ପାଇଁ ବିଦ୍ୟୁତ୍ ବିଭାଗ କୁ ହସ୍ତାନ୍ତର କରିଥିଲେ। ଏଠାରେ ବିଭିନ୍ନ କମ୍ପାନୀ ଚଳାଇବା ପରେ ବର୍ତ୍ତମାନ TPSODL (ଟାଟା କମ୍ପାନୀ) ବଣ୍ଟନ ଦାୟିତ୍ୱ ନେଇଛି । ହେଲେ ଅନେକ ସ୍ଥାନରେ ଖଲିକୋଟ ର ବିଭିନ୍ନ ଅଞ୍ଚଳ ରେ ଖୋଲା ରେ ଟ୍ରାନସଫରମର ରହିଥିବା ଜଣାପଡ଼ିଛି। ଖବର ନେବାରୁ ଜଣାପଡିଛି ଯେ,ଖଲିକୋଟ ର ନୃସିଂହ ମଠ ସାମ୍ନାରେ ୧୧ କେ ଭି ଟ୍ରାନସଫରମର ବସିଛି ଏବଂ ଏହାର ଚାରି ପାଖରେ ୩/୪ ଫୁଟ ଉଚ୍ଚତାରେ ନିର୍ମିତ ହୋଇଛି ପାଚେରୀ କିନ୍ତୁ ଯେଉଁଠି ଟ୍ରାନସଫରମେସିନ ବସିଛି ତାରି ପାଶେ ଗଛଲତା ଘେରି ରହିଛି । ଟ୍ରାନସଫରମେସିନ ରୁ ସଂଯୋଗ କରୁଥିବା ୱାର ମୁକୁଳା, ହେଵିସୁଇଚ, ଫିୟୁଜ ସେକ୍ସନ କୁ ଆଚ୍ଛାଦିତ କରିଛି ବିଭିନ୍ନ ପ୍ରଜାତି ର ଵୃକ୍ଷଲତା । ଏଠାରେ ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି, ଭିତରେ ଯେଉଁ ପ୍ରକାରର ଅରଣ୍ୟ ହୋଇଛି ,ସେ ଭିତରେ ନାନା ପ୍ରକାର ର ବିଷଧର ସାପ ବସବାସ କରିବାର ଆଶଙ୍କାକୁ ଏଡ଼ାଯାଇନପାରେ । ସେଠାରେ ରାତ୍ର ଡିୟୁଟି ରେ ଥିବା କର୍ମଚାରୀ ମାନେ ଆଘାତ ପାଇ ପାରନ୍ତି ବୋଲି ଚର୍ଚ୍ଚା ହୁଏ। ତେଣୁ ଉକ୍ତ ଟ୍ରାନସଫରମେସିନ ର ଚାରି ପାଖରେ ଘେରି ଥିବା ଗଛଲତା ସଫାକରିବା ନିହାତି ଆବଶ୍ୟକ ଲୋକମାନେ ଦାବି କରିଛନ୍ତି । ତା ସଙ୍ଗେ ସଙ୍ଗେ ଟ୍ରାନସଫରମେସିନ ର ଚତୁଃପାର୍ଶ୍ଵରେ ନିର୍ମିତ ଥିବା କାନ୍ଥ ଉପରେ ଗ୍ରିଲ ବସାଇବା ଦରକାର ବୋଲି ମତପ୍ରକାଶ ପାଇଛି |

Leave A Reply

Your email address will not be published.