(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ବିଧାନସଭା କ୍ଷେତ୍ରର କଂଗ୍ରେସ ଯୁବ ନେତା ପ୍ରଦୀପ୍ତ କୁମାର ଦାସ(ବୁଲୁ)ଙ୍କୁ ପ୍ରଦେଶ କଂଗ୍ରେସ କମିଟି (ପି.ସି.ସି) ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ପ୍ରଦେଶ କଂଗ୍ରେସ ରାଜନୈତିକ ବ୍ୟାପାର କମିଟି ଅନୁମୋଦନ କ୍ରମେ ସଭାପତି ଶରତ ପଟ୍ଟନାୟକଙ୍କ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି । ନିଯୁକ୍ତି ପରେ ଶ୍ରୀ ଦାସ ଓଡ଼ିଶା ପ୍ରଭାରୀ ଡଃ.ଅଜୟ କୁମାର ଜୀ, ଏଆଇସିସି ର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଜୀ, ରାହୁଲ ଗାନ୍ଧୀ ଜୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ମାହାଙ୍ଗ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରେମୀ ବନ୍ଧୁ, ନିଶ୍ଚିନ୍ତକୋଇଲି ବ୍ଲକ ପ୍ରାକ୍ତନ କଂଗ୍ରେସ କମିଟି ସଭାପତି ଦିଲ୍ଲୀପ କୁମାର ରାଉତ, ଯୁବକଂଗ୍ରେସ ସଭାପତି ସେକ୍ ସଦାମ୍, ପୂର୍ବତନ ସରପଞ୍ଚ ବିଜୟ ବେଉରିଆ, ରମେଶ ସାହୁ, ମନମଥ ଖଟୁଆ, ଆକାଶ ପ୍ରଧାନ, ଗୋପାଳ ସେଠୀ, ଦୀପକ ନାୟକ, ପ୍ରାକ୍ତନ ଜିଲ୍ଲା ସମ୍ପାଦକ ଅମୀୟ କୁମାର ବିଶ୍ଵାଳ, ସଂଜୟ କୁମାର ବେହେରା, ଗଣେଶ୍ଵର ନାୟକ,ବିତକୃଷ୍ଣ ସାଇଁ, ସୁଶିଲ ଲେଙ୍କା, ୟାଜୁବ୍ ଖାଁ, ମହମ୍ମଦ ଗୁରହାନ୍ ଓ ମିର୍ଜା ଆଲ୍ଲାଉଦ୍ଦିନ୍ ପ୍ରମୁଖ ଶ୍ରୀ ଦାସଙ୍କୁ ସ୍ୱାଗତ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ସଂଗଠନକୁ ଅଧିକ ମଝବୁତ୍ କରିବା ସହ ପିସିସି ସଭାପତିଙ୍କୁ ହାତମୁଠାକୁ ଟାଣ ରଖିବାକୁ ଉଦ୍ୟମ ଜାରି ରଖିବାକୁ ଶ୍ରୀ ଦାସ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post