ଇନ୍ଦ୍ରାବତୀ/ କୃପାନିଧି ରାଉତ (ଶାସକ ପ୍ରଶାସକ ) : ତେନ୍ତୁଳୀଖୁଣ୍ଟି ବ୍ଲକ ନୂତନ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଶ୍ରୀ ରମେଶ ରାୟ | ନୂଆ ଦାୟିତ୍ୱରେ ଯୋଗଦାନ ପରେ ନୂତନ ଶିକ୍ଷାଧିକାରୀ ଶ୍ରୀ ରାୟଙ୍କୁ ସମସ୍ତ କର୍ମଚାରୀ ଓ ଶିକ୍ଷକ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ | ଶିକ୍ଷା ଅଧିକାରୀ ଶ୍ରୀ ରାୟ ସମସ୍ତ କର୍ମଚାରୀଙ୍କ ସହିତ ଆଲୋଚନା କରି ସଠିକ ଭାବେ ନିଜ ନିଜ ଦାୟିତ୍ୱ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ | ସୂଚନାଯୋଗ୍ୟ ଯେ , ପୂର୍ବତନ ବ୍ଲକ ଶିକ୍ଷାଅଧିକାରୀ ସୋମେନ୍ଦ୍ର ଭୌମକିଙ୍କୁ କୋଷାଗୁମୁଡାବ୍ଲକକୁ ବଦଳି କରାଯାଇଛି |
Sign in
Sign in
Recover your password.
A password will be e-mailed to you.