ରାଉରକେଲା,(ବସନ୍ତ କୁମାର ଜେନା): ସଚେତନ ନାଗରିକ ମଞ୍ଚର ୧୦ମ ବାର୍ଷିକୋତ୍ସବ ଓ କାର୍ଯ୍ୟାଳୟ ଉଦଘାଟନ ଛେଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ଵ ତଥା ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଜଗବନ୍ଧୁ ଜେନା, ଆନନ୍ଦ ଚନ୍ଦ୍ର ମହାନ୍ତି, ନଳିନୀକାନ୍ତ ଧର, ଡାକ୍ତର ବସନ୍ତ କୁମାର ଦାସ, ଚନ୍ଦ୍ରଶେଖର ଶତପଥୀ, ସୁନିଲ କୟାଲ, ମୀନତି ଦେବତା,ମିନତି ବିଶୋଇ,ଦେବବ୍ରତ ପଟ୍ଟନାୟକ. ପ୍ରମୁଖ ଯୋଗଦେଇ ଛେଣ୍ଡ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ଏଚଆଇଜି(ଡି)ଏ/୧, ବିର୍ସା ମୁଣ୍ଡା ହାଉସିଙ୍ଗ କଲୋନୀ କୁ ଉଦଘାଟନ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ଦିବଙ୍ଗତ ସଦସ୍ୟ ଭରତ ଚନ୍ଦ୍ର ପରିଡ଼ା ଓ ରାଜୀବ କରଣ ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ମଞ୍ଚ ଦ୍ବାରା ଉତଥାପିତ ୧୮ ଦଫା ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦାବି ଗୁଡ଼ିକ ମଧ୍ୟରେ ତାଳଚେର ବିମଳାଗଡ ରେଳପଥ
ସମ୍ପୁର୍ଣ୍ଣିକରଣ, ବନ୍ଧମୁଣ୍ଡା ଠାରେ ରେଳ ଡିଭିଜନ ଓ ଏଥିରେ କେନ୍ଦୁଝର କୁ ସାମିଲ, ପୂର୍ଣ୍ଣାଙ୍ଗ ବିମାନ ବନ୍ଦର, ସରକାରୀ ମେଡିକାଲ କଲେଜ, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଭାବେ ପରିଣତ, ସୁନ୍ଦରଗଡ ଜିଲ୍ଲାରେ ଟ୍ରାଇବାଲ ୟୁନିଭରସିଟି, ବେଦବ୍ୟାସ (ବ୍ୟାସକ୍ଷେତ୍ର ଠାରୁ ହରିଶଙ୍କର ପର୍ଯ୍ୟନ୍ତ ପର୍ଯ୍ୟଟନ କରିଡ଼ର, ବ୍ରାହ୍ମଣୀ ନଦୀର ବେଦବ୍ୟାସ ଠାରେ ଝୁଲା ପୋଲ ନିର୍ମାଣ, ବ୍ରାହ୍ମଣୀ ନଦୀ ଜଳର ବିଶୁଦ୍ଧି କରଣ, ରାଉରକେଲା ରେ ହାଉସିଂ ବୋର୍ଡ ଅଫିସ ର ପୂର୍ଣ୍ଣ କାର୍ଯ୍ୟକ୍ଷମ, ରାଉରକେଲାରେ ସବୁ ସୁବିଧା ସତ୍ବେ ସରକାର ଙ୍କ ତରଫରୁ ହାଉସିଂ କଲୋନୀ ହେବା ସମ୍ପର୍କରେ ,ଆଇଟି ହବ୍ ,ଛେଣ୍ଡ ବାସନ୍ତୀ କଲୋନୀ ଓ କୋଏଲ ନଗର ଠାରେ ବାକି ଥିବା ଘର ମାନଙ୍କୁ ସରକାରୀ ନିୟମ ଅନୁଯାୟୀ ପଟ୍ଟା ବଣ୍ଟନ , ହମିରପୁର ଲୁହାକେରା ଆଦି ଅଞ୍ଚଳକୁ ରାଉରକେଲା ମହାନଗର ନିଗମରେ ଅନ୍ତର୍ଭୁକ୍ତ କରିବା, ରାଉରକେଲା ମହାନଗର ନିଗମର ନିର୍ବାଚନ, ରାଉରକେଲା ରେ ଏମଏସଏମଇ ପ୍ରଯୁକ୍ତି କେନ୍ଦ୍ରର କାର୍ଯ୍ୟକ୍ଷମ, ପୁରୁଣାପାଣି କୁ ବଞ୍ଚାଇବା ପାଇଁ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ରାଉରକେଲା ରେ କ୍ରିକେଟ ହବ୍ ଆଦି ଆଲୋଚନା ଓ ଦାବି କରାଯାଇଥିଲା। ଏହି ଦାବି ଆଲୋଚନାରେ ଶ୍ରୀ ବିଶି, ଶ୍ରୀ ରାୟ, କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା, ନଳିନୀକାନ୍ତ ଧର ,ଡ କିଶୋରୀ ଦାଶ, ଶୈଳେନ୍ଦ୍ର ମହାନ୍ତି, ଅଜିତ ପୁଝାରୀ, ଖଦାଳ ସେଠୀ, ବିରେନ ସେନାପତି, ଅକ୍ଷୟ ଜେନା,ଜଗନ୍ନାଥ ରାଉତ, ରମେଶ ସେଠୀ, ବିଷ୍ଣୁ ଚରଣ ସାମଲ, ସସ୍ମିତା ପ୍ରଧାନ, ଚକ୍ରାନ୍ତ ଜେନା, ଉପେନ୍ଦ୍ର ନାୟକ, ଶଶଧର ପାତ୍ର, ଭବାନୀ କବି, ଅକ୍ଷୟ ଦାସ, ସୁନିଲ ପଟ୍ଟନାୟକ, ହାଡିବନ୍ଧୁ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହା ସହ ମଞ୍ଚର ପୁରାତନ ସଦସ୍ୟ ଓ ନୂତନ ଭାବେ ଯୋଡି ହୋଇଥିବା ସଦସ୍ୟ ଙ୍କ ମଧ୍ୟରେ ଭାବ ବିନିମୟ ସହ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରାୟ ଦେଢ଼ଶହ ରୁ ଉର୍ଦ୍ଧ୍ୱ ସଦସ୍ୟ ସଦସ୍ୟା ଯୋଗଦେଇ ଥିଲେ। ଶେଷରେ ସଂଯୋଜକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.