ନୟାଗଡ଼,(ଲକ୍ଷ୍ମୀଧର ସାହୁ): ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସ୍ଥିତ ପଣ୍ଡିତ ସୁନ୍ଦରଲାଲ ଶର୍ମା ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋକେସନାଲ୍ ଏଜୁକେସନ୍ ଦ୍ବାରା ଜାତୀୟ ସ୍ତରରେ ଗତ ୫ ଦିନ ଧରି ଚାଲିଥିବା କାପାସିଟି ବଲଡିଙ୍ଗ ଅଫ ଟିଚର୍ସ ଫର୍ ଭୋକେସନାଲାଇଜେନ୍ ଅଫ୍ ଏଜୁକେସନ୍ ଟ୍ରେନିଂ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୪୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନେ ମାଷ୍ଟର ଟ୍ରେନର୍ ଭାବରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ନୟାଗଡ଼ ଜିଲ୍ଲାରୁ ଦୁଇ ଜଣ ଶିକ୍ଷକ ଯୋଗଦାନ କରିଥିଲେ।ନୟାଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହରେକୃଷ୍ଣପୁରର ଶିକ୍ଷୟିତ୍ରୀ କାଦମ୍ବିନୀ ମହାପାତ୍ର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଶ୍ୟାମଘନପୁରର ସହକାରୀ ଶିକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ ମାଷ୍ଟର ଟ୍ରେନର ଭାବେ ଯୋଗଦାନ କରିଥିଲେ। ଶିକ୍ଷକତା ବୃତ୍ତିର ପ୍ରକୃତ ଲକ୍ଷ୍ୟ ହେଉଛି ପିଲାମାନଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ରୋଜଗାରକ୍ଷମ କରେଇବା। ପିଲାମାନଙ୍କ ଭିତରେ ଥିବା ଦକ୍ଷତା କୁ ଚିହ୍ନଟ କରି ସେଇ ଦିଗରେ ସେମାନଙ୍କୁ ଯୋଗ୍ୟ ବନେଇବା ହେଉଛି ଏହି ବୃତ୍ତି ଭିତ୍ତିକ ଶିକ୍ଷାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ଅନୁଷ୍ଠାନର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଦୀପକ ପାଲିଆଲ, ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ଏ.କେ. ନାୟକ,ହୋଟେଲ ତାଜର ପୂର୍ବତନ ଉପସଭାପତି ବିପିନ ଜୈନ ପ୍ରମୁଖ ଯୋଗଦାନ କରି ପ୍ରଶିକ୍ଷାର୍ଥୀ ମାନଙ୍କୁ ଟ୍ରେନିଂ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.