ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ : ଦାୟୀତ୍ୱସମ୍ପନ୍ନ ହୋଇ ସ୍ୱଚ୍ଛତାର ସହ କାର୍ଯ୍ୟ ସମ୍ପାଦନା କରିବାକୁ ପରାମର୍ଶ ।

0

PARALAKHEMUNDI/ BALAKRISHNA PANIGRAHI : ନିଜ କର୍ତ୍ତବ୍ୟ ଉପରେ ଦାୟିତ୍ୱ ବୋଧ ହୋଇ ସ୍ୱଚ୍ଛତାର ସହ କାର୍ଯ୍ୟ ସମ୍ପାଦନ କରିପାରିଲେ ହେଁ ଦୁର୍ନିତିମୂକ୍ତ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି  ଆଜି ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଦୁର୍ନିତୀ ନିବାରଣ ସଚେତନତା କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଦୁର୍ନିତୀ ନିବାରଣ ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରାଙ୍କ ପୌରାହିତ୍ୟରେ  ଏକ ସଚେତନତା ସଭା ଏବଂ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚାସୀନ ଅତିଥି ଭାବେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଲ ରାଣା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର ଦାସ , ଦୁର୍ନିତି ନିବାରଣ ବିଭାଗ ବ୍ରହ୍ମପୁର  ଅତିରିକ୍ତ ଆରକ୍ଷି ଅଧିକ୍ଷକ ଶାନ୍ତୁନ କୁମାର ପାଣି, ବିଭାଗୀୟ ଉପ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ନାୟକ, ଓଡିଆ ଭାଷା ସାହିତ୍ୟ ଅଧ୍ୟାପକ ଡ:ଅଜୟ କୁମାର ତ୍ରିପାଠୀ ଏବଂ ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଥିଲେ । ମୁଖ୍ୟତଃ ଆମେ ପ୍ରତିବୋଦ୍ଧତା ହୋଇ ସାମାଜିକ ସ୍ତରରୁ ଆମେ ଗ୍ରହଣ କରୁଥିବା ବିଭିନ୍ନ ପ୍ରକାର ଦୁର୍ନିତିକୁ ଆମ ମନରୁ ସଂପୁର୍ଣ୍ଣ ଭାବେ ଦୁରେଇ ଦେବାକୁ ହେବ । କେବଳଯେ ଅର୍ଥ କାରବାରରେ ଅନିୟମିତତା ହେଲେ ଯେ ଦୁର୍ନିତି ତା ନୁହେଁ । ଯେ କୌଣସି କାର୍ଯ୍ୟରେ କର୍ତ୍ତବ୍ୟ ଦାୟିତ୍ୱ ବୋଧରେ ଅବହେଳା କଲେ ତାହା ଦୁର୍ନିତ,ି ଏଭଳି ଦୁର୍ନିତି କଣ , ଏହାର କାରଣ କଣ ଏବଂ ଏହା କରିବାକୁ ଜଣେ କାହିଁକି ବାଧ୍ୟ ହୋଇଥାଏ । ଏସବୁର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଦୁର୍ନିତିକୁ ଦୃଢ ହସ୍ତରେ ପ୍ରତିରୋଧ ଓ ଦମନ କରିବା ପାଇଁ ଦୁର୍ନିତିମୁକ୍ତସୁସ୍ଥ ସମାଜ ଗଠନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ମଞ୍ଚାସୀନ ଅତିଥି ମାନେ । ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗିମାନଙ୍କୁ ଅତିଥି ମାନେ  ମାନପତ୍ର ଓ ପୁରସ୍କାର ବଣ୍ଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଅଚୁ୍ୟତାନନ୍ଦ ବସ୍ତିଆ ସଂଯୋଜନା କରିଥିବା ବେଳେ ଦୁର୍ନିତି ନିବାରଣ ବିଭାଗ ଇନ୍‍ସ୍ପେକ୍‍ଟର ସୁବାସ ଚନ୍ଦ୍ର ବିଷୋଇ ଶେଷରେ ଉପସ୍ଥିତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.