ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ ହେଲା ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ

0

ସାମାଜିକ ଦାୟିତ୍ଵ ବୋଧ ସହ ଛାତ୍ରଛାତ୍ରୀ ମାନଙ୍କୁ ଇଚ୍ଛା ଶକ୍ତି ଓ ସେବା ମନବୃତି ଯୋଗୁଁ ସମ୍ଭବ ହୋଇପାରୁଛି।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଯୋଗୁଁ ଆଜି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ରେଡକ୍ରସ ରକ୍ତ ଭଣ୍ଡାର ପକ୍ଷରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରିଛନ୍ତି।ଏହି ଅବସରରେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାପାଳ ତଥା ଇଣ୍ଡିଆନ ରେଡକ୍ରସ୍ ସୋସାଇଟିର ସଭାପତି ଡ.ମଞ୍ଜିର ଜିଲାନି ସାମୁନଙ୍କ ଠାରୁ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ ଏନ ଭି ଜଗନ୍ନାଥ ରାଓ ଯୋଗଦେଇ ଉପଢୋକନ ସହ ସିଲ ଗ୍ରହଣ କରିଛନ୍ତି। ଏହି ସଭାରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ବି ମିନାକ୍ଷୀ, ଜିଲ୍ଲା ରେଡ୍ କ୍ରସ୍ ସୋସାଇଟିର ଅଧ୍ୟକ୍ଷ ପି ଜଗନ୍ ମୋହନ ରାଓ, ଜିଲ୍ଲା ସଂଯୋଜକ ପି ଚୈତନ୍ୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।ଗତ ଏକ ଦଶନ୍ଧି ରୁ ଉର୍ଦ୍ଧ୍ ସମୟ ହେବ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ରାୟଗଡ଼ା ଜିଲ୍ଲା ରାୟଗଡ଼ା ରକ୍ତ ଭଣ୍ଡାର, ଗୁଣୁପୁର ରକ୍ତଭଣ୍ଡାର, ଗଜପତି ଜିଲ୍ଲା ପାରଳଖେମୁଣ୍ଡି ରକ୍ତ ଭଣ୍ଡାର, ଗଞ୍ଜମ ଜିଲ୍ଲା ଏମ କେ ସି ଜି ମେଡ଼ିକାଲ କଲେଜ ରକ୍ତ ଭଣ୍ଡାର ଓ ଆନ୍ଦ୍ର ପ୍ରଦେଶର ଶ୍ରୀକାକୁଲମ ରେଡକ୍ରସ ରକ୍ତ ଭଣ୍ଡାରକୁ ପ୍ରେରିତ କରି ବହୁ ରକ୍ତହୀନତା ରୋଗୀ ମାନଙ୍କୁ ସହଯୋଗ କରୁଛନ୍ତି। ସେହିପରି ବିଗତ ଦିନ ମାନଙ୍କରେ ରାଜ୍ୟ ସରକାର ଓ ଜାତୀୟ ସେବା ଯୋଜନା ପକ୍ଷରୁ ମଧ୍ୟ ବିଶ୍ୱବିଦ୍ୟାଳୟକୁ ସମ୍ମାନିତ କରିଛନ୍ତି।ଏହି ସମ୍ମାନ ବିଶ୍ଵବିଦ୍ୟାଳୟର ସାମାଜିକ ଦାୟିତ୍ଵ ବୋଧ ସହ ଛାତ୍ରଛାତ୍ରୀ ମାନଙ୍କୁ ଇଚ୍ଛା ଶକ୍ତି ଓ ସେବା ମନବୃତି ଯୋଗୁଁ ସମ୍ଭବ ହୋଇପାରୁଛି ବୋଲି ବିଶ୍ଵବିଦ୍ୟାଳୟର ସଭପତି ଡ ସତ୍ୟ ପ୍ରକାଶ ପଣ୍ଡା, ଉପସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା, ମହାନିର୍ଦ୍ଦେଶକ ଡ ଜଗଦିଶ ପଣ୍ଡା ମତବ୍ୟକ୍ତ କରିବା ସହ ଏହି ଭଳି ସେବା କାର୍ଯ୍ୟ ଜାରୀ ରଖିବା ପାଇ ଉଛାହିତ କରିଛନ୍ତି।

 

Leave A Reply

Your email address will not be published.