ଭବାନୀପାଟଣା ତା: ୦୭/୦୩(ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟଳୟ, କଳାହାଣ୍ଡିର ଆନୁକୁଲ୍ୟରେ ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ – ୨୦୨୪ ତା ୦୭.୦୩.୨୪ ରିଖ ଦିନ ଭବାନୀପାଟଣା ବ୍ଲକ ସଭାଗୃହ, ଠାରେ ପାଳିତ ହୋଇଯାଇଅଛି । ଏହି ଦିବସରେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଳ୍ପୀ, ଆଇ.ଏ.ଏସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀମତୀ ମଧୁଛନ୍ଦା ସାହୁ, ଓ.ଏ.ଏସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହ ଦେଓ, ଭବାନୀପାଟଣା ମ୍ୟୁନିସିପାଲିଟି ଅଧ୍ଯକ୍ଷା ଶ୍ରୀମତୀ ସଞ୍ଜୁକ୍ତା ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମୁଜିବୁନ ନିଶା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜଣ ସ୍ବାସ୍ଥ୍ୟ ଅଧିକାରୀ ଡ. ନିହାର ରଞ୍ଜନ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ବେହେରା, ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଭାପତି ଶ୍ରୀଯୁକ୍ତ ରୂପେଶ କୁମାର ହୋତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦ୍ର ମହାପାତ୍ର, ଅବସର ପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯଜ୍ଞସେନୀ ବେହେରା, ଓ ଶ୍ରୀମତୀ ସଙ୍ଘମିତ୍ରା ମହାପାତ୍ର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର କୋହୋର, ଜିଲ୍ଲା କିଶୋର ନ୍ୟାୟ ପରିଷଦ ସଭ୍ୟା ସୁଶ୍ରୀ ସ୍ୱର୍ଣ୍ଣଲତା ମହାନ୍ତି ଓ ଶ୍ରୀମତୀ ଭବାନୀ ପଟ୍ଟନାୟକ, ଅତିତିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଦୁଲାଳ ସେନାପତି ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ । ଅଂଶଗ୍ରହଣ କାରି ମଧ୍ଯରେ ଜିଲ୍ଲାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଆଇ. ସି. ଡି. ଏସ. ର ମହିଳା ପରିଦର୍ଶୀକା, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟ ଳୟର କର୍ମକର୍ତ୍ତା, ଅଙ୍ଗନୱାଡି କର୍ମୀ, ଅଙ୍ଗନୱାଡି ସହାୟିକା, ପୋଷଣ କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟରତ ସମସ୍ତ ବ୍ଳକ ସଂଯୋଜକ, କିଶୋରୀ ବାଳିକା, କଳାହାଣ୍ଡି ସରକାରୀ ଇଂଜିନିୟରିଂ କଲେଜର ଛାତ୍ର ଛାତ୍ରୀ, ୱାନ ଷ୍ଟପ ସେଣ୍ଟରର କର୍ମଚାରୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଚଳିତ ବର୍ଷର ବାର୍ଭା “ମହିଳାଙ୍କୁ ଶସକ୍ତ କରନ୍ତୁ- ପ୍ରଗତିକୁ ତ୍ବରାନ୍ବିତ କରନ୍ତୁ” ପରିପ୍ରେକ୍ଷୀରେ ମଞ୍ଚାସୀନ ଅତି ମାନେ ବିସ୍ତୃତ ଭାବେ ବୁଝାଇବା ସହିତ ମହିଳା ମାନେ କିଭଳି ଭାବେ ବିଭିନ୍ନ କ୍ଷେତ୍ରରେ ଅଗ୍ରସର ହେଉଛନ୍ତି ତଥା ଆଗାମୀ ଦିନରେ ମହିଳା ଶଶକ୍ତିକରଣ ପାଇଁ ଉଭୟ ପୁରୁଷ ଓ ମହିଳା ମାନଙ୍କ ଚେଷ୍ଟା କିଭଳି ଗୁରୁତ୍ବପୂର୍ଣ ସେଦିଗରେ ଆଲୋଚନା କରଯାଇଥୁଲା କାର୍ଯ୍ୟକ୍ରମ ପରିଶରରେ ପୋଷଣ ଅଭିଯାନ ଆନୁକୁଲ୍ୟରେ ସର୍ବ ଶ୍ରେଷ୍ଠ ପ୍ରଦର୍ଶନ ପୂବକ ୨ଜଣ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ୨ ଜଣ ମଣ୍ଡଳ ପରିଦର୍ଶିକା, ୪ ଜଣ ଅଙ୍ଗନୱାଡି କର୍ମୀ ଓ ୩ ଜଣ ଅଙ୍ଗନୱାଡି ସହାୟିକାଙ୍କୁ ସମ୍ମାନିତ କରଯାଇଥିଲା । ପୁନଶ୍ଚ ସମନ୍ନିତ ଶିଶୁ ବିକାଶ ଯୋଜନା ଆନୁକୁଲ୍ୟରେ ପୂର୍ବ ବର୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସର୍ବୋତ୍ତମ ୩ ଜଣ ଅଙ୍ଗନୱାଡି କର୍ମୀ ଓ ୩ ଜଣ ମଣ୍ଡଳ ପରିଦର୍ଶିକା ସମସ୍ତଙ୍କୁ ଟ.୪୦୦୦,୦୦ଙ୍କ ଆର୍ଥିକ ପୁରସ୍କାର ପ୍ରଦାନ କରିବା ସହିତ ପ୍ରମାଣପତ୍ର ଦେଇ ସମ୍ମାନିତ କରଯାଇଥିଲା । କେସିଙ୍ଗା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ସୁଷମା ମିଶ୍ର ମଞ୍ଚ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (ଏନ.ଓ.ପି), ଶ୍ରୀଯୁକ୍ତ ବିଶ୍ଵନାଥ ଦାଶ ଚୟନ ପ୍ରକ୍ରିୟା ଗୁଡିକୁ ଉପସ୍ଥାପନ ପୂର୍ବକ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଅନୁକୂଲ୍ୟରେ କଳାହାଣ୍ଡି ସରକାରୀ ଇଂଜିନିୟରିଂ କଲେଜର ଛାତ୍ର ଛାତ୍ରୀ ମାନେ ମହିଳା ସଶକ୍ତିକରଣ ଉପରେ ଆଧାରିତ ଏକ ସୁନ୍ଦର ଓ ମନଛୁଆଁ ନୁକଡ ନାଟକ ପରିବେଷଣ କରିଥିଲେ । ପରିଶେଷରେ ଅତିତିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଦୁଲାଳ ସେନାପତିଙ୍କ ଦ୍ବାରା ସମସ୍ତଙ୍କୁ ଧନ୍ୟବାଦ ମାଧ୍ଯମରେ କାର୍ଯ୍ୟକ୍ରମ କୁ ଶେଷ କରିଯାଇଥିଲା ।
Sign in
Sign in
Recover your password.
A password will be e-mailed to you.