https://youtu.be/hKsN5WNW7gY
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଲେ ଗ୍ରାମବାସୀ l
(ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଶାସନରେ ଅନୁପ୍ରାଣିତ ବିଜୁ ଜନତା ଦଳ ପାଇଁ ଜଣେ ଶୁଭଙ୍କର ବିଧାୟକ ଭାବେ ଜଣାଶୁଣା, ଓଡିଶା ପାଇଁ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀଙ୍କୁ ସମଗ୍ର ଓଡ଼ିଶାରେ ଗୌରବାନ୍ୱିତ କରିଥିବା ଜଣେ ଦୃଢ ସଂଗଠକ, ମାହାଙ୍ଗା ଵିକାଶ ପୁରୁଷ, ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କ ସୁଖ ଦୁଃଖର ସାଥି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ସମଗ୍ର ମାହାଙ୍ଗା ଅଞ୍ଚଳର ଵିକାଶ ସମ୍ଭବ ହୋଇପାରିଛି l ଯେତେ ବାଧାବିଘ୍ନ ଆସିଲେ ବି ବର୍ଷକ ବାର ମାସ ବିଧାୟକ ଶ୍ରୀ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀ ଙ୍କ କଥା ଚିନ୍ତା କରିଥାନ୍ତି ଆଉ ପ୍ରତ୍ୟେକ ମୁହୂର୍ତ୍ତରେ କିଭଳି ଅଞ୍ଚଳବାସୀଙ୍କ ପାଇଁ ବିକାଶମୂଳକ କାର୍ଯ୍ୟ କରାଯିବ ତାହାପାଇଁ ଉଦ୍ୟମ ଜାରି ରଖିଥାନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତିରେ କଥା କମ କାମ ବେଶୀ ହିଁ ବିଧାୟକ ଶ୍ରୀ ଜେନାଙ୍କ ମୁଖ୍ୟ ଲକ୍ଷ୍ୟ ରହିଥାଏ l ବିଧାୟକ ଶ୍ରୀ ଜେନା 2009 ମସିହାରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେବା ପରଠାରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଯେଉଁଭଳି ଵିକାଶ ହୋଇଛି ତାହା ଅନ୍ୟ କୌଣସି ନେତା ଙ୍କ ସମୟରେ ହୋଇନଥିଲା କି ହୋଇପାରିବ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବରିଷ୍ଟ ନାଗରିକ ଏବଂ ଜନସାଧାରଣ ପ୍ରକାଶ କରିଛନ୍ତି l ସେହିଭଳି ଆଉ ଏକ ବିକାଶର ଫର୍ଦ ଯୋଡିହେବାକୁ ଯାଉଛି ମାହାଙ୍ଗା ବ୍ଲକ ଜଳେଶ୍ୱରପୁର, ଉଷୁମା,ମାହାଙ୍ଗା ପଞ୍ଚାୟତ ବାସୀଙ୍କ ଗମନାଗମନ କ୍ଷେତ୍ରରେ l ଗୁରୁବାର ଦିନ ଅପରାହ୍ନ ସମୟରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଏକ ବିଶାଳ ବାଇକ ରାଲି ତଥା ହଜାର ହଜାର ସଂଖ୍ୟକ ଜନସମୁଦ୍ର ମଧ୍ୟରେ ଯୋଗଦାନ କରି ମାହାଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ଗମନାଗମନ ସୁବିଧା ପାଇଁ ରାସ୍ତା କାର୍ଯ୍ୟ ପାଇଁ ଶୁଭ ଶିଳାନ୍ୟାସ କରିଛନ୍ତି l ରାସ୍ତା ଶିଳାନ୍ୟାସ ସମୟରେ ବିଧାୟକ ଶ୍ରୀ ଜେନା ଙ୍କୁ ସ୍ଥାନୀୟ ଅଞ୍ଚଳ ବାସୀ ବ୍ୟାପକ କୃତଜ୍ଞତା ଜଣାଇବା ସହିତ ସମଗ୍ର ଅଞ୍ଚଳ ଲୋକାରଣ୍ୟରେ ପରିଣତ ହୋଇଥିଲା l ଯେଉଁ ଚିତ୍ରରୁ ସ୍ପଷ୍ଟ ଭାବେ ବାରି ହେଉଥିଲା କି ବିଧାୟକ ପ୍ରତାପ ଜେନା ଙ୍କ ପ୍ରତି ସ୍ଥାନୀୟ ଅଞ୍ଚଳବାସୀଙ୍କ ସମର୍ଥନ ଦୃଢ ରହିଛି l ଏହି ଅବସରରେ ମାହାଙ୍ଗା ବ୍ଲକ ଜଳେଶ୍ୱରପୁର ପଞ୍ଚାୟତ ସ୍ଥିତ ମଲ୍ଲିପୁରା ଠାରେ ସାଇ ମନ୍ଦିର ଠାରୁ ମଲ୍ଲିପୁରା ସ୍ୱାଇଁସାହି ନୂତନ ରାସ୍ତାର ଶିଳାନ୍ୟାସ, ଉଷୁମା ପଞ୍ଚାୟତ ସ୍ଥିତ ରଘୁନାଥନଗର ଠାରେ ସାଇ ମନ୍ଦିର ଠାରୁ ଛତ୍ରତୋଟା ଭାୟା କଏରପୁର, ଧାରପୁର, ରଘୁନାଥନଗର,ଉଷୁମା, ସଲରା, ପାଟକୁଳ ନୂତନ ରାସ୍ତାର ଶିଳାନ୍ୟାସ, ମାହାଙ୍ଗା ପଞ୍ଚାୟତ ସ୍ଥିତ ଜସୁଆପୁର ଠାରେ ଜଶୁଆପୁର ନୂତନ ରାସ୍ତାର ଶିଳାନ୍ୟାସ ବିଧାୟକ ପ୍ରତାପ ଜେନା ଙ୍କ ଦ୍ୱାରା ହୋଇଯାଇଛି l ଏହି ରାସ୍ତା କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ 11 କୋଟିରୁ ଉର୍ଧ୍ଵ ଟଙ୍କା ଅଟକଳ ବ୍ୟୟବରାଦ କରାଯାଇଛି l ଏହି ରାସ୍ତା ହେବା ଦ୍ୱାରା ବହୁ ଦିନର ସମସ୍ୟା ଦୂର ହେବ ଏବଂ ହଜାର ହଜାର ସଂଖ୍ୟକ ଜନସାଧାରଣ ବିଶେଷ ଉପକୃତ ହେବେ ଯାହାପାଇଁ ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବ୍ଲକ ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଜିଲ୍ଲା ପରିଷଦ ସୁସ୍ମିତା ଦାସ, ଜଗବନ୍ଧୁ ସେଠି, ରିୟାଜୁଲ ହୋଦା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ଜିଲ୍ଲାପରିଷଦ ହୃଷିକେଶ ସ୍ୱାଇଁ, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଯୁବନେତା ଅମୀୟ ନାୟକ, ଭବାନୀଶଙ୍କର ସାମଲ, ଜଳେଶ୍ୱରପୁର ସରପଞ୍ଚ ସୁଜାତା ମଲିକ, ସମିତିସଭ୍ୟ ଙ୍କ ପ୍ରତିନିଧି ଶତ୍ରୁଘ୍ନ ସେଠି, ଯୁବନେତା ସୁବାଷ ଜେନା, ଉଷୁମା ସରପଞ୍ଚ ମମତାମୟୀ ସୂତାର, ସମିତିସଭ୍ୟ ଦୁର୍ଗାପ୍ରସାଦ ବାରିକ, ପୂର୍ବତନ ସରପଞ୍ଚ ସଦାଶିବ ଦାସ, ଆଇନଜୀଵୀ ତାପସ ବାରିକ, ନାୟବ ସରପଞ୍ଚ ଭରତ ମଲିକ, ମହିଳା ଫେଡେରେସନ ବ୍ଲକ ସଭାପତି ସସ୍ମିତା ମହାନ୍ତି, ମାହାଙ୍ଗା ସରପଞ୍ଚ ବେବିନା ଜେନା, ମାହାଙ୍ଗା କୃଷି ସମବାୟ ସମିତି ସଭାପତି ରଜନୀକାନ୍ତ ପରିଡା, ସରପଞ୍ଚଙ୍କ ପ୍ରତିନିଧି ବିଜୟ ଜେନା, ସମାଜସେବୀ ତପନ ସିଂ, ଯୋଗେଶ ମହାନ୍ତି, ପଞ୍ଚାୟତ ବିଜେଡି ସଭାପତି ନିରଞ୍ଜନ ମହାନ୍ତି ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ବିଜୁ ଜନତା ଦଳ କର୍ମୀ ଉପସ୍ଥିତ ରହିଥିଲେ l