ନିଶ୍ଚିନ୍ତକୋଇଲିରେ ଡକ୍ଟର ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ନିମନ୍ତେ ପ୍ରସ୍ତୁତି ବୈଠକ l

0

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ ): ନିଶ୍ଚିନ୍ତକୋଇଲି ଥାନା ଛକ ନିକଟରେ ଆସନ୍ତା ୧୧ ତାରିଖ ସୋମବାର ଅପରାହ୍ନ ୩ ଘଟିକା ରେ ସମୟରେ ଭାରତୀୟ ସମ୍ବିଧାନ ପ୍ରଣେତା ଡକ୍ଟର ବି. ଆର. ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବ l ଯାହାପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଦିନ କଲ୍ୟାଣୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମକୁ କିଭଳି ଭାବେ ଅତି ଉତ୍ସାହର ସହିତ ବହୁ ଜନସମାଗମ ମଧ୍ୟରେ କରାଯିବ ସେ ନେଇ ଆଲୋଚନା କରିଥିଲେ l ଏହି ବୈଠକରେ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ପୂର୍ବତନ ସରପଞ୍ଚ କ୍ଷୀରୋଦ ପଣ୍ଡା, ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ମନୋଜ ସେଠି, ଜିଲ୍ଲାପରିଷଦ ବିପ୍ଳବ କାପ, ଜସ୍ମିତା ସେଠି ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ବିଜୁ ଜନତା ଦଳ ନେତୃବୃନ୍ଦ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.