ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଉଦ୍ୟେଗୀ ଦିବସ ପାଳିତ

0

ରାୟଗଡ ୦୫.୦୩.୨୦୨୪ ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡ ଓ ଭାରତ ସରକାରଙ୍କ ଏମ୍‍.ଏସ୍‍.ଏମ୍‍.ଇ ଡି. ଏଫ୍‍.ଓ ରାୟଗଡ ମିଳିତ ଆନୁକୂଲ୍ୟରେ ଉଦ୍ୟୋଗୀ ଦିବସ-୨୦୨୪ ପାଳନ ହୋଇଯାଇଛି । ଉକ୍ତ କର୍ମଶାଳାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ନୀତି ଯଥା- ଏମ୍‍. ଏସ୍‍.ଏମ୍‍.ଇ.ଡି ନୀତି, ଶିଳ୍ପ ନୀତି, ଖାଦ୍ୟ ପ୍ରକ୍ରିୟା କରଣ ନୀତି, ମୁଖ୍ୟମନ୍ତ୍ରୀ ସୁଧ ରିହାତି ଯୋଜନା ଓ ଭାରତ ସରକାରଙ୍କ ଯୋଜନା ଯଥା- ପି.ଏମ୍‍.ଇ.ଜି.ପି, ପି.ଏମ୍‍ ବିଶ୍ୱକର୍ମା, ପି.ଏମ୍‍.ଏଫ୍‍.ଏମ୍‍.ଇ ଇତ୍ୟାଦି ଉପରେ ବିସ୍ତୃତି ଆଲୋଚନା କରାଯାଇଥିଲା । ଏଥିରେ ଭାରତ ସରକାରଙ୍କ ଏମ୍‍. ଏସ୍‍.ଏମ୍‍.ଇଡି ଏଫ୍‍. ଓ, ରାୟଗଡା ଦ୍ୱାରା ଲିନ୍‍ ଯୋଜନା ଉପରେ ପଶ୍ଚିମବଙ୍ଗରୁ ଆସିଥିବା ବିଶେଷଜ୍ଞ ଦେବାନ୍‍ ଦାସ ମହାପାତ୍ର ଆଲୋକପାତ କରିଥିଲେ । ଏହି ବୌଠକରେ ଏମ୍‍.ଏସ୍‍.ଏମ୍‍.ଇ ଡି.ଏଫ୍‍ ଓ, ରାୟଗଡର ସହକାରୀ ନିର୍ଦ୍ଦେଶକ ଏନ୍‍. କୋଟି ରତ୍ନମ୍‍, ସାଧାରଣ ପରିଚାଳକ ବିଜୟ କୁମାର ସାହୁ, ସହକାରୀ ଶିଳ୍ପ ଅଧିକାରୀ ସବ୍ୟସାଚୀ ସାହୁ, ଶିଳ୍ପ ବିକାଶ ଅଧିକାରୀ ସୁନିଲ ପଟ୍ଟନାୟକ, ଜିଲ୍ଲା ନିବେଶ ପ୍ରୋତ୍ସାହନକାରୀ ସଂସ୍ଥା ଟିମ୍‍ ଲିଡ୍‍ ଲକ୍ଷ୍ମୀକାନ୍ତ ଜେନା, ବରିଷ୍ଠ ସହାୟକ ତ୍ରିଲୋଚନ ଦାସ, ସହକାରୀ ନିର୍ଦ୍ଦେଶକ (ହସ୍ତଶିଳ୍ପ), ଏଲ୍‍. ଏସ୍‍. ଧାରୁଆ, ହସ୍ତ ଶିଳ୍ପ ବିକାଶ ଅଧିକାରୀ ଉଲ୍ଲାସ ଚନ୍ଦ୍ର ବେହେରା, ପ୍ରୀତି, ସୁଲେମାନ୍‍ ଖାନ୍‍, ରମେଶ ବିଦିକା, ରକି ଆନ୍ଥୋନୀ, ବାସୁଦେବ ମୁଟୁକା, ଜିଲ୍ଲା କ୍ଷୁଦ୍ର ଶିଳ୍ପ ମହାସଂଘର ସଭାପତି କେ. ନରିନ୍‍ କୁମୁଦନ୍‍ ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭାରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ଶିଳ୍ପ ଅଧିକାରୀ ସବ୍ୟସାଚୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲାର ଶତାଧିକ ଶିଳ୍ପ ଦ୍ୟୋଗୀ ଯୋଗଦେଇ ସଭାଟିକୁ ସଫଳ କରିଥିଲେ ।

Leave A Reply

Your email address will not be published.