(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ଶକ୍ତି ବନ୍ଦନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଗାମୀ ଆର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳାମାନଙ୍କ ପାଇଁ ଯଶ୍ଵସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଙ୍କ ପଶ୍ଚିମବଙ୍ଗରେ ଉଦବୋଧନୀ ବାର୍ତ୍ତାକୁ ସାରା ଦେଶରେ ଆଭାସୀ ମାଧ୍ୟମରେ ପ୍ରଚାର କରାଯାଇ ସଚେତନତା ସୃଷ୍ଟି କରାଯାଇଛି । ଏହି ଅବସରରେ ମାହାଙ୍ଗା ବିଜେପି ଯୁବ ନେତା ଶାରଦା ପ୍ରଧାନଙ୍କ ନେତୃତ୍ଵରେ ନିଶ୍ଚିନ୍ତକୋଇଲି ସ୍ଥିତ ତାରିଣୀ ମଣ୍ଡପ ଠାରେ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ସମାବେଶ ହୋଇଅଛି । କଟକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଯାଜ୍ଞସେନୀ ଜେନାଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ଵାଳ ଯୋଗ ଦେଇ ସମାଜରୁ ମହିଳା ନିର୍ଯାତନା ବନ୍ଦ କରି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ନାରୀମାନଙ୍କୁ ମୁଖ୍ୟସ୍ରୋତରେ ସମ୍ମାନର ସହ ସାମିଲ କରିବା, ମହିଳାମାନଙ୍କୁ ସଶକ୍ତ କରି ଆତ୍ମନିର୍ଭରଶୀଳ କରାଇବା ଏପରିକି ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସତନ୍ତ୍ର ସୁବିଧା ସୁଯୋଗ ପ୍ରଦାନ କରିବା ଯାହାଦ୍ଵାରା ସେମାନେ ନିଜ ନିଜର ଅନ୍ତର୍ନିହିତ ଶକ୍ତିର ପ୍ରଦର୍ଶନ କରିବା ସହ ସ୍ୱାଧୀନ ଜୀବନଯାପନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମସ୍ତ ବ୍ୟବସ୍ଥା କରିଥିବା ପ୍ରକାଶ କରିଥିଲେ l ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତାରେ ଆଗାମୀ ଆର୍ନ୍ତଜାତୀୟ ମହିଳା ଦିବସକୁ ନାରୀଶକ୍ତି ବନ୍ଦନାଯାତ୍ରା ସରୂପ ପାଳନ କରାଯିବା ସହ ବ୍ୟାପକ ସଚେତନତା କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ମଧୁସ୍ମିତା ରାଉତ, ସମିତିସଭ୍ୟା ସବିତା ସାମଲ, ମହିଳା ମୋର୍ଚ୍ଚା ନେତ୍ରୀ କଲ୍ୟାଣୀ ସେଠୀ, ପୂର୍ବତନ ସମିତିସଭ୍ୟା ସବିତା ସାମଲ, ଭାଗ୍ୟଶ୍ରୀ ନାୟକ, ସୌଦାମିନୀ ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ଏବଂ ବହୁ ମହିଳା ଏଥିରେ ଯୋଗ ଦେଇ ମୋଦୀଙ୍କର ଉଦବୋଧନୀ ଶୁଣିବା ସହିତ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଶେଷରେ ଉପସ୍ଥିତ ଥିବା ସମସ୍ତ ବିଜେପି ମହିଳା କର୍ମୀମାନେ ଆଗାମୀ ଦିନରେ ବିଜେପିର ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିବାକୁ ଶପଥ ଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.