ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ।

0

ଖଲିକୋଟ ରୁ ଶିଵରାମଜେନା, ଶାସକ ପ୍ରଶାସକ:  ପଞ୍ଚାୟତ ରାଜ ଦିବସ ଏବଂ କଳିଙ୍ଗ ବୀର, ଭୂମିପୁତ୍ର ,ସୁଦକ୍ଷ ପାଇଲଟ୍ , ଜନ ନାୟକ, ଲୌହ ମାନବ ତଥା ରାଜନେତା ଙ୍କ ଜୟନ୍ତୀ ଅବସରରେ ଖଲିକୋଟ ଗଡ଼ ରେ ଅବସ୍ଥିତ ନିର୍ମଳ ଝର ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇପାରିଛି। ଖବର ନେବା ରୁ ଜଣାପଡିଛି ଯେ, ସକାଳ ୧୦ଘଣ୍ଟିକା ସମୟରେ ସ୍ଥାନୀୟ ଡ଼ାକବଙ୍ଗଳାରେ ଖଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ରୁ ବହୁ ସଂଖ୍ୟା ରେ ନେତା ଓ କର୍ମୀ ମାନେ ରୁଣ୍ଡ ହୋଇଥିଲେ ।
ଖଲିକୋଟ ର ବିଧାୟିକା ଶ୍ରୀମତୀ ସୂର୍ଯ୍ୟ ମଣି ବୈଦ୍ୟ, ତଥା ଖଲିକୋଟ ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ଦୈତାରି ବେହେରା, ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ବିପ୍ରଚରଣ ସାହୁ ତଥା ପ୍ରାକ୍ତନ ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ରାମମୋହନ ପଣ୍ଡା ଙ୍କ ତତ୍ତ୍ଵାବଧାନତା ରେ ଡ଼ାକବାଜି ଯନ୍ତ୍ର ଏବଂ ବାଦ୍ୟ ବାଜା ବଜାଇ ଡ଼ାକବଙ୍ଗଳା ଠାରୁ ନିର୍ମଳ ଝର ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ।
ଆସ୍କା ନିର୍ବାଚନ ମଣ୍ଡଳୀ ର ଲୋକସଭା ସାଂସଦ ଶ୍ରୀ ମତୀ ପ୍ରମିଳା ବିଷୋୟୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଆଜିର ଏହି ପବିତ୍ର ଦିନରେ ବିଭିନ୍ନ ପଞ୍ଚାୟତ ରୁ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ, ନେତା,ସବୁ ପଞ୍ଚାୟତ ରୁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ମାନେ ଉପସ୍ଥିତ ଥିଲେ। ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ମତୀ ସୋନମ୍ ପଲେଇ, ଶ୍ରୀ ମତୀ ଅହଲ୍ୟା ବେହେରା, ଶ୍ରୀ ମତୀ ଲିଲି ସାହୁ, ଶ୍ରୀ ମତୀ ସୁଜାତା ସାମନ୍ତ , ଶ୍ରୀ ମତୀ ମୀନା କୁମାରୀ ଟହଲ, ଶ୍ରୀ ମତୀ ପିଙ୍କି ବେହେରା, ଶ୍ରୀ କିଶୋର ଚନ୍ଦ୍ର ପଲେଇ, ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଶ୍ରୀ ରତ୍ନାକର ସାହୁ, ଶ୍ରୀ ସୂର୍ଯ୍ୟ ନାରାୟଣ ସାହୁ, ଶ୍ରୀ ଶିଶିର ବେହେରା, ଶ୍ରୀ ରମେଶ ଚନ୍ଦ୍ର ସାହୁ ଶ୍ରୀ ଭ୍ରମ ରବର ଦଳେଇ, ଶ୍ରୀ ରାମଚନ୍ଦ୍ର ସେଠୀ, ସମାଜସେବୀ ତଥା ବରିଷ୍ଠ ନାଗରିକ ଶ୍ରୀ ଶିଵରାମ ଜେନା, ଶ୍ରୀ ପ୍ରଦୀପ ଚନ୍ଦ୍ର ପଟ୍ଟନାୟକ ଶ୍ରୀ ନିରଞ୍ଜନ ବେହେରା ଶ୍ରୀ ଦୟାନିଧି ସାହୁ, ଶ୍ରୀ ମତୀ ମିତାଞ୍ଜଳୀ ମିଶ୍ର ଉପସ୍ଥିତ ଥିଲେ।
ଉକ୍ତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ଅବସରରେ ଶ୍ରୀ ବିପ୍ରଚରଣ ସାହୁ, ବିଧାୟିକା ଶ୍ରୀମତୀ ସୂର୍ଯ୍ୟ ମଣି ବୈଦ୍ୟ, ଶ୍ରୀ ଦୈତାରି ବେହେରା, ଆସ୍କା ନିର୍ବାଚନ ମଣ୍ଡଳୀ ସାଂସଦ ଶ୍ରୀ ମତୀ ପ୍ରମିଳା ବିଷୋୟୀ ଭାଷଣ ମାଧ୍ୟମରେ ବିଜୁ ଵାଵୁଙ୍କ କୀର୍ତ୍ତି ଏବଂ ଜୟ ଗୌରବ ଗାନ କରିଥିବା ବେଳେ ଲୋକ ମାନଙ୍କ ପାଇଁ ଭୋଜନ ର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଆଜିର ଏ ସମାବେଶ ରେ ଦେଖିବାକୁ ମିଳିଲା ଯେ ଖଲିକୋଟ ଏନ୍ ଏ ସି ର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ବେହେରା ତଥା କେତେକ ରାଜନେତା ମାନଙ୍କ ର ବିଶେଷ ଆଗ୍ରହ ନଥିଲା ପରି ଦିଶୁଥିବାରୁ ଚର୍ଚ୍ଚା ର ବିଷୟ ହୋଇ ଛି ।

Leave A Reply

Your email address will not be published.