ଦୃଢ଼ ସଂଗଠକ ବିଧାୟକ ପ୍ରତାପ ଜେନା ଙ୍କ ନେତୃତ୍ୱରେ ମାହାଙ୍ଗାରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ

0

 ବିଜୁ ବାବୁଙ୍କର ସମୃଦ୍ଧ ଏବଂ ବିକଶିତ ଓଡିଶା ଗଠନର ସ୍ବପ୍ନକୁ ସାକାର କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

(ମାହାଙ୍ଗା – ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ଦୃଢ଼ ସଂଗଠକ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଆହ୍ୱାନ କ୍ରମେ ମାହାଙ୍ଗା ବ୍ଳକରେ ବିଶାଳ ଜନ ସମାଗାମ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ,ପ୍ରବାଦ ପୁରୁଷ, ଝଡ଼ର ଇଗଲ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଶତାଧିକ ମହିଳା ଏବଂ ବିଜୁ ଜନତା ଦଳ କର୍ମୀ ଏକ ବିରାଟ ସ୍କୁଟି ଏବଂ ବାଇକ ଶୋଭାଯାତ୍ରାରେ ଖନ୍ଦୋଳ ଓସ୍ତମୂଳ ନିକଟରୁ ବାହାରି ମାହାଙ୍ଗା ବ୍ଲକ ପର୍ଯ୍ୟନ୍ତ ଯାଇଥିଲେ l ଫଳରେ ସମଗ୍ର ଅଞ୍ଚଳ ଓଡ଼ିଶାର ଜନନାୟକ ବିଜୁ ପଟ୍ଟନାୟକ ଗୁଣଗାନରେ ପ୍ରକମ୍ପିତ ହୋଇ ଉଠିଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ମହିଳା ଓ ଯୁବପିଢିଙ୍କୁ ଉତ୍ସାହିତ କରିବା ସହିତ ବିଜୁ ବାବୁଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବହୁ ପ୍ରେରଣାଦାୟକ ଶ୍ଳୋଗାନ୍ ଦେଇଥିଲେ । ଶୋଭାଯାତ୍ରା ପରେ ବିଧାୟକ ଶ୍ରୀ ଜେନା, ସମସ୍ତ ବିଜୁ ଜନତା ଦଳ ନେତୃବୃନ୍ଦ ଏବଂ ମହିଳା ବିଜେଡି କର୍ମୀ ମାହାଙ୍ଗା ବ୍ଲକ ସମ୍ମୁଖରେ ରହିଥିବା ବିଜୁ ବାବୁଙ୍କ ଅବୟବ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ଏପରିକି ଓଡିଶାକୁ ଏକ ସଶକ୍ତ, ସମୃଦ୍ଧ, ବିକଶିତ ଓଡ଼ିଶାରେ ପରିଣତ କରିବା ଏବଂ ବିଶେଷ କରି ମହିଳାମାନଙ୍କୁ ସଶକ୍ତିକରଣ, ସ୍ୱାବଲମ୍ବୀ କରିବା ପାଇଁ ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ତାଙ୍କର ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିପାରିଛନ୍ତି ଯାହାପାଇଁ ଆଜି ସମସ୍ତ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି ବିଧାୟକ ଶ୍ରୀ ଜେନା ମତପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲାପରିଷଦ ସଭ୍ୟା ତଥା ବ୍ଲକ ବିଜେଡି ସଭାନେତ୍ରୀ ସୁସ୍ମିତା ଦାସ, ଜିଲ୍ଲାପରିଷଦ ସଭ୍ୟ ରିୟାଜୁଲ ହୋଦା, ଜଗବନ୍ଧୁ ସେଠି,ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମହିଳା ଫେଡେରେସନ ସଭାପତି ସସ୍ମିତା ମହାନ୍ତି, ଜିଲ୍ଲା ବିଜେଡି କାର୍ଯ୍ୟକର୍ତ୍ତା ମନ୍ଦାଗିନୀ ସ୍ୱାଇଁ, ବ୍ଲକ ମହିଳା ଉପସଭାପତି ବନଲତା ଦଳେଇ,ମନ୍ଦାଗୀନି ରାଉତ, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଯୁବନେତା ଅମୀୟ ନାୟକ, ଭବାନୀଶଙ୍କର ସାମଲ ଙ୍କ ସମେତ ବହୁ ସରପଞ୍ଚ , ସମିତିସଭ୍ୟ, ବିଜେଡ଼ି ନେତୃବୃନ୍ଦ ଏବଂ ମହିଳା ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ l ସେହିପରି ଏରକଣା ଏବଂ ଭୋଳିଦାସପୁର ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ବିଧାୟକ ପ୍ରତାପ ଜେନା ଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଯୋଗଦାନ କରି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

Leave A Reply

Your email address will not be published.