ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-, ଆଜି ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସୋରଡା ବିଧାୟକ ପୁର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ଦ୍ଵାରା ବେଲଗୁଣ୍ଠା ବ୍ଲକ ଓ ସୋରଡା ବ୍ଲକ କୁ ସଂଯୋଗ କରୁଥିବା ଗାଙ୍ଗପୁର ନିକଟସ୍ଥ ବିଞ୍ଜିଗିରି ଠାରେ ଜଡା ପୋଲିକି ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା 5 କିମି ରାସ୍ତା ପାଇଁ ୪ କୋଟି ୧୭ ଲକ୍ଷ ଟଙ୍କା ରେ ନିର୍ମିତ ହେବକୁ ଥିବା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାର ଆଜି ସୁଭ ଦେଇଥିଲେ l
ବିଞ୍ଜିଗିରୀ ଠାରୁ ଜଡlପୋଲି ୫ କିମି ରାସ୍ତା ଦୟନ ଅବସ୍ଥା ରେ ଥିବା ବେଳ ଏହାକୁ ପକା ରାସ୍ତା ଟିଏ ନଥିଲା l ଆଜି ଶୁଭ ଦେବା ଦ୍ଵାରା ଏହି ଦୁଇ ଗ୍ରାମର ପ୍ରାୟ ଶହ ଶହ ଯାତ୍ରୀ ଉପକୃତ ହେବେ ବୋଲି ବିଧ୍ୟାୟକ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ l ପ୍ରକାଶ ଥାଉକି ନୂଆଁ ବୋରୀ ପୁରୁଣା ବୋରି କୁମ୍ଭାର ସାହି କୁମୁଣ୍ଡି , ବିଞ୍ଜିଗୀରି ଦେଇ ସୋରଡା ବ୍ଲକ ର ଲାଠିପୋଡ଼ା ପଞ୍ଚାୟତର ଜଡlପୋଲି କୁ ଏହା ସଂଯୋଗ କରିବ ଯାହlଦ୍ବାରା ଜଡା ପୋଲି କୁ ଯିବା ପାଇଁ ବହୁଦିନ ଧରି ରାସ୍ତା ର ଶୋଚନୀୟ ଅବସ୍ଥା ଥିଲା ତାହା ସୁଗମ ହୋଇପାରିବ ବୋଲି ବିଧାୟକ ଶ୍ରୀ ସ୍ଵାଇଁ ପ୍ରକାଶ କରିଥିଲେ । ବେଲଗୁଣ୍ଠା ବ୍ଲକ ର ଜଡା ପୋଲି ଠାରୁ ସୋରଡା ବ୍ଲକ ର ଜଡା ପୋଲି କୁ ମଧ୍ଯ ଏହି ରାସ୍ତା ସଂଯୋଗ କରିବ l ବେଲଗୁଣ୍ଠା ନିକଟସ୍ଥ ଚଢ଼ିଆପୋଲି ଠାରେ ବୋଡ଼ା ନଦୀ ରେ ନିର୍ମାଣ ହୋଇଥିବା ନୂତନ ପୋଲ କୁ ଅlଜୀ ବିଧାୟକ ସାଂସଦ ମିଳିତ ଭାବେ ଉଦ୍ଘାଟନ କରିଥିଲେ l ଏହା ପରେ ମଙ୍ଗଳପୁରା ନିକଟସ୍ଥ ଜାଲଖାଇ ଠାରୁ ସୋରଡ ୫ କିମୀ ରାସ୍ତା ର ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଏହାକୁ ସାଂସଦ ଓ ବିଧାୟକ ଏହୀ ରାସ୍ତାର ନିର୍ମାଣ ପାଇଁ ଶୁଭ ଦେଇଥିଲେ l ଏହି ରାସ୍ତା ପାଇଁ ୪ କୋଟି ୨୯ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିବା ଜଣା ପଡ଼ିଛି l ଜlଲଖାଇ ରୁ ସୋରଡ ରାସ୍ତା ନିର୍ମାଣ ପାଇଁ ବହୁଦିନ ଧରି ଦାବୀ ହୋଇ ଆସୁଥିଲା l ଆଜି ଶୁଭ ଦେବାପରେ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ତଥା ସରପଞ୍ଚ ଏସ ରାମେଶ୍ୱର ପାତ୍ର, ବ୍ଲକ ଉପାଧ୍ୟକ୍ଷl ପ୍ରମିଳା ପ୍ରଧାନ, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ଜିଲା ପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ,48 ନମ୍ବର ବିଜେଡି ଜିଲ୍ଲା ପରିଷଦ ପ୍ରାଥି ପଞ୍ଚାନନ ନାୟକ, ପୂର୍ବତନ ସମୀତିସଭ୍ୟ ତଥା 47 ନମ୍ବର ଯୋନ ବିଜେଡି ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଯୁବ ନେତା ମାଧବ ଅlପଟ ସରପଞ୍ଚ ପ୍ରତିନିଧି ଯୋତି ନାୟକ, ଉଭୟ ରୋଡ କୁ ନେଇଥିବା ଠିକାଦାର ଗୋପାଳ ପଣ୍ଡା ଓ ଆଶୁତୋଷ ପଣ୍ଡା ଗର୍ମ୍ୟା ଉନ୍ନୟନ ସହକାରୀ ଯନ୍ତ୍ରୀ ଅଜିତ କୁମାର ସ୍ବାଇଁ ବେଲଗୁଣ୍ଠା ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.