ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ବିଧାୟକ ପ୍ରତାପ ଜେନା କଲେ ରାସ୍ତା ଶିଳାନ୍ୟାସ :

0 1

 ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ନତକାଇ ମା’ ବୁଢୀ ଜାଗୁଳାଇ ମନ୍ଦିର ଠାରୁ ଭାୟା ନାଳସାହି ରାସ୍ତା ଦେଇ ମହାଜନପୁର ପର୍ଯ୍ୟନ୍ତ ୬କି.ମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତା କୁ ଉନ୍ନତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି l ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ରାସ୍ତାର ଉନ୍ନତିକରଣ କାଯ୍ୟ ପାଇଁ ୪ କୋଟି ୬୦ ଲକ୍ଷ ୪୦ ହଜାର ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି । ଉକ୍ତ ରାସ୍ତାର କାର୍ଯ୍ୟ ପାଇଁ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଯୋଗଦାନ କରି ନତକାଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଏବଂ ଜିଗ୍ନୀପୁର ପଞ୍ଚାୟତ ବାହାବଳପୁର ଗ୍ରାମରେ ଦୁଇଟି ସ୍ଥାନରେ ଶୁଭ ଶିଳାନ୍ୟାସ କରିଛନ୍ତି । ଏହି ରାସ୍ତା ଉନ୍ନତିକରଣ କାର୍ଯ୍ୟ ୨୦୨୪ ନଭେମ୍ବର ମାସ ମଧ୍ୟରେ ଶେଷ କରାଯିବା ପାଇଁ ଧାର୍ଯ୍ୟ ହୋଇଛି । ଏହି ରାସ୍ତା କାର୍ଯ୍ୟ ହେବା ପରେ ଜିଗ୍ନୀପୁର ପଞ୍ଚାୟତ ଓ ନତକାଇ ପଞ୍ଚାୟତର ହଜାର ହଜାର ଲୋକ ଉପକୃତ ହେବେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପାଧକ୍ଷ ଅଶୋକ କୁମାର ଓଝାଙ୍କ ସଂଯୋଜନାରେ ନତକାଇ ସରପଞ୍ଚ ଜୟଦେବ ରାଉତ,ଜିଗ୍ନିପୁର ସରପଞ୍ଚ ତିଳୋତ୍ତମା ରାଉତ, ସମିତିସଭ୍ୟା ସରସ୍ୱତୀ ରାଉତ, ବ୍ଳକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ଯୁବବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ବିଜେଡ଼ି ସଂଖ୍ୟାଲଘୁ କମିଟିର ଜିଲ୍ଲା ଉପସଭାପତି ଜାକିର ଖାଁ,ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ଗାହାଣ, କନିଷ୍ଠ ଯନ୍ତ୍ରୀ ଉର୍ମି ପ୍ରିୟଦର୍ଶିନୀ ଦାସ , କୃଷକ ନେତା ଜ୍ୟୋତିପ୍ରକାଶ ସାଇଁ, ଯୁବନେତା ମନୋଜ ସେଠୀ, ଜିଲ୍ଲାପରିଷଦ ବିପ୍ଳବ କାପ,ଏମଡ଼ି ଅମିନ୍ ଖାଁ ଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଗ୍ରାମବାସୀମାନେ ଉପସ୍ଥିତ ଥିଲେ l ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଏଭଳି ବିକାଶ ପାଇଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.