ଜଗତସିଂହପୁର ରେ ପଲ୍ସ ପୋଲିଓ ଉଦଘାଟନୀ ଉତ୍ସବ -୨୦୨୪

0 2

ଜଗତସିଂହପୁର,ତା-୦୩.୦୩.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସ୍ଵାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା୍ଳୟ ପରିସରସ୍ଥ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଲସ ପୋଲିଓ ଟୀକାଦାନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଦ୍ୱାରା ଶୁଭ ଉଦଘାଟିତ ହୋଇଯାଇଛି।ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଜନ୍ମ ରୁ 5 ବର୍ଷର ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ମାର୍ଚ୍ଚ 3,4 ଏବଂ 5 ତାରିଖ ପର୍ଯ୍ୟନ୍ତ ସାରା ଜିଲ୍ଲାରେ ରେ ଜନ୍ମରୁ 5 ବର୍ଷର ଶିଶୁଙ୍କୁ ପ୍ରଦାନ କରାଯିବ।ଜିଲ୍ଲାପାଳ ଏହି ଅଭିଯାନ ର ସଫଳ ରୂପାୟନ ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହଯୋଗ କାମନା କରିବା ସହ ବ୍ଲକ୍ ସ୍ତରରେ ଏହାର ସଫଳ ପରିଚାଳନା କରି ଜିଲ୍ଲା କୁ ପୋଲିଓ ମୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପଲ୍ସ ପୋଲିଓ କାର୍ଯ୍ୟକ୍ରମ ରେ ସମୁଦାୟ 1,04,134 ଜଣ ଜନ୍ମ ରୁ 5 ବର୍ଷ ବୟସର ପିଲାଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଏଥିପାଇଁ ମୋଟ 555 ବୁଥ୍, 2220 ଜଣ ପଲ୍ସ ପ୍ରଦାନକାରୀ (ଭାକସିନେଟର), 114 ଜଣ ସୁପରଭାଇଜର ଙ୍କୁ ଦାୟିତ୍ଵ ଦିଆଯାଇଛି। ଜିଲ୍ଲା ର ମୋଟ 2,51,828 ଟି ଘରୁ ଜନ୍ମ ରୁ 5 ବର୍ଷ ର ସମସ୍ତ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆଯିବ ।ଏଥିପାଇଁ ଟ୍ରାନଜିଟ ପଏଣ୍ଟ 34 ଥିବା ବେଳେ 68 ଜଣ ଭାକସିନେଟର,21 ଟି ମୋବାଇଲ ଟିମ୍ ଏବଂ ମୋବାଇଲ ଟିମ୍ ପାଇଁ 42 ଜଣ ଭାକସିନେଟର ଅଛନ୍ତି। ବ୍ଲକ ସ୍ତରରେ ବି ଡି ଓ ଙ୍କ ଦ୍ଵାରା ବ୍ଲକ୍ ସ୍ତରୀୟ ଟାକ୍ସ ଫୋର୍ସ ସଭା କରାଯାଇଛି। ସୂଚନା ପ୍ରଚାର ପ୍ରସାର ନିମନ୍ତେ ପ୍ରତ୍ୟେକ ପଲସ୍ ପୋଲିଓ ବୁଥ୍ ପାଇଁ 2 ଟି ବ୍ଯାନର ଓ 4 ଟି ପୋଷ୍ଟର ପ୍ରଦାନ କରାଯାଇଛି। ଏହା ସହିତ ବ୍ଳକ ସ୍ତରରେ ମାଇକିଂ କରାଯିବାର ବ୍ୟବସ୍ଥା କରାଯାଇଛି ।ଏହି କାର୍ଯ୍ୟକ୍ରମର ଅଧିକାଂଶ ଭାକସିନେଟର ହେଉଛନ୍ତି ଆଶା ଏବଂ ଅଙ୍ଗନବାଡି କର୍ମୀ। ଏହା ସହିତ ଅନ୍ୟମାନେ ହେଉଛନ୍ତି ଭଲ୍ଯୁଣ୍ଟିୟର। ଏହି ଜିଲ୍ଲା ସ୍ତରୀୟ ଉଦଘାଟନୀ ଉତ୍ସବ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା କ୍ଷେତ୍ରବାସୀ ଦାଶ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରମୋଦ କୁମାର ବାରିକ,ମେଡିକାଲ ସୁପେରିଣ୍ଟେଣ୍ଡେଣ୍ଟ ଡା. ଅଜୟ କୁମାର ସ୍ୱାଇଁ,ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କନ୍ସଲଟାଣ୍ଟ ଶ୍ରୀ ସରୋଜ କୁମାର ପାଣିଗ୍ରାହୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରଏସ. ଏମ. ଓ ଡା. ଦୀପକ କୁମାର କର,ଏପିଡେମିଓଲୋଜିଷ୍ଟ ଡା ସ୍ମୃତିରଞ୍ଜନ ପଣ୍ଡା , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନମିତା ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ମହିଳା ଓ ଶିଶୁ ବିକାଶ ବିଭାଗରୁ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଅଂଶୁପା ସାହୁ, ଡି ପି ଏମ୍ ଚକ୍ରଧର ଜେନା,ଉପରିଚାଳକ ସୁକାନ୍ତ କୁମାର ପ୍ରଧାନ,ନୀଳ ମାଧବ ରଥ, ଏ ଡି ପି ଏଚ୍ ସି ଓ ସଚଳା ମହାନ୍ତି, ସ୍ୱାସ୍ଥ୍ୟ ମିଶନ ତରଫରୁ ଅମିତା ପଣ୍ଡା, ପାର୍ଥ ସାରଥି କରଶର୍ମା ,ରାଜେଶ କୁମାର ପତି, ସ୍ଵସ୍ତି ମହାନ୍ତି ଙ୍କ ସମେତ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଫିଲଡ଼ ମନିଟର୍ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.