ଏଲ୍ ଏଲ ବି ରେ ରାଜେଶ କୁମାର ପଣ୍ଡାଙ୍କ ସ୍ଵର୍ଣ୍ଣ ପଦକ ହାସଲ: ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଦିବସରେ ସମ୍ବର୍ଦ୍ଧିତ।

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡ ଜିଲ୍ଲା ଗୁଣୁପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ମହର୍ଷି ଗୁରୁକୂଳ ଶିକ୍ଷାନୁଷ୍ଠାନର ସମ୍ପାଦକ ରାଜେଶ କୁମାର ପଣ୍ଡା , ୨୦୨୦-୨୩ ଶିକ୍ଷାବର୍ଷରେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ସ୍ନାତକ ଆଇନ ପାଠ୍ୟକ୍ରମରେ 63.7% ନମ୍ବର ରଖି ବିଶ୍ବବିଦ୍ୟାଳୟ ଟପ୍ପର ହେବା ସହ ସ୍ଵର୍ଣ୍ଣ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହେଇଥିଲେ। ଏହି ଅଵସରରେ ଶନିବାର ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ପରିସରରେ ଆୟୋଜିତ ୨୫ ତମ ସମାବର୍ତ୍ତନ ଦିବସ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସ୍ଵର୍ଣ୍ଣ ପଦକ ଗ୍ରହଣ କରିଛନ୍ତି। କୁଳପତି ଗୀତାଞ୍ଜଳି ଦାଶ , ଓଡିଶାର ରାଜ୍ୟପାଳ ରଘୁବର ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଉପସ୍ଥିତରେ କୃତିତ୍ୱ ଲାଭ କରିଥିବା ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନାଯୋଗ୍ୟ ରାଜେଶ ପଣ୍ଡା ୨୦୨୦ ମସିହାରେ ବ୍ରହ୍ମପୁର ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ତିନୋଟି ପରୀକ୍ଷାରେ ମୋଟ ୩୦୦୦ ମାର୍କ ମଧ୍ୟରୁ ସର୍ବାଧିକ ୧୯୧୦ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ଟପ୍ପର ତଥା ସ୍ୱର୍ଣ୍ଣ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଗୁଣୁପୁର ସହର ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କ ସଫଳତା ହାସଲ ପାଇଁ ଶୁଭେଚ୍ଛା ର ସୁଅ ଛୁଟୁଥିବବା ଦେଖିବାକୁ ମିଳିଛି । ଏଥିପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲାରୁ କୌଣସି ବ୍ୟକ୍ତି ଆଇନ ପାଠ୍ୟକ୍ରମରେ ଟପ୍ପର ହୋଇ ପ୍ରଥମ ସ୍ଥାନ ହାସଲ କରିନଥିଲେ। ଏହି ସଫଳତା ପାଇଁ ଶ୍ରୀ ପଣ୍ଡା ଗଞ୍ଜାମ ଆଇନ ମହା ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ସାମନ୍ତ ଓ ଅଧ୍ୟାପକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗୁଣପୁର ପାର୍ବତୀ ନଗର ଅଞ୍ଚଳରେ ରହୁଥିବା ଶ୍ରୀ ରାଜେଶ ପଣ୍ଡାଙ୍କ ବାପା ରାମଚନ୍ଦ୍ର ପଣ୍ଡା ଓ ମାଆ ବାସନ୍ତୀ ପଣ୍ଡା। ଧର୍ମପତ୍ନୀ ପୂଜା ପାଣିଗ୍ରାହୀ ରାୟଗଡ଼ା ଜିଲ୍ଲା ମହିଳା ବିଜୁ ଜନତା ଦଳର କୋଷାଧ୍ୟକ୍ଷା ଅଟନ୍ତି । ଏହି ସଫଳତା ପାଇଁ ରାଜେଶ ପଣ୍ଡାଙ୍କୁ ମହର୍ଷି ଗୁରୁକୂଳ ଅନୁଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ ଓ ନିର୍ଦେଶକ ଲୋକନାଥ ମିଶ୍ର ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

 

Leave A Reply

Your email address will not be published.