ଜନଜାତି ବହୁଳ ଜିଲ୍ଲାମାନଙ୍କରେ ନିୟୋଜିତ ବହୁଭାଷୀ ଶିକ୍ଷକ ଙ୍କ ପାରିତୋଷିକ ଦଶ ହଜାର ଟଙ୍କା କୁ ବୃଦ୍ଧି : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

0 2

ଯୋଗ୍ୟତାଭିତ୍ତିରେ ନିୟମିତ ମଧ୍ୟ କରାଯିବ .

ଭବନେଶ୍ବର: ରାଜ୍ୟର ଜନଜାତି ବହୁଳ ଜିଲ୍ଲା ମାନଙ୍କରେ ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀ (MLE(EV)) ନିୟୋଜିତ କରାଯାଇଅଛି।

ବର୍ତ୍ତମାନ ସେମାନଙ୍କ ଦାବୀକୁ ସହୃଦୟତାର ସହ ବିଚାର କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀ (MLE (EV)) ମାନଙ୍କ ପାରିତୋଷିକ 5379 ଟଙ୍କାରୁ ଦଶ ହଜାର ଟଙ୍କା କୁ ବୃଦ୍ଧି କରାଯାଇଛି ଏତଦବ୍ୟତୀତ ଯୋଗ୍ୟତା ଭିତ୍ତିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗରେ ବହୁଭାଷୀ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ 5-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.