” ଆଶୀର୍ବାଦ ଭିକ୍ଷା ଅଭିଯାନ “ରେ ସମର୍ଥନ ସାଉଁଟୁଛନ୍ତି ଆରତୀ

0 1

ଖଲ୍ଲିକୋଟ/ପୋଲସରା(ଶିବରାମ ଜେନା ): ଗଞ୍ଜାମ ଜିଲ୍ଲା ର ରାଜନୈତିକ ଅସ୍ଥିରତା ଲାଗି ରହିଥିବାରୁ କେହି ହେଲେ କହିପାରୁ ନାହାଁନ୍ତି କିଏ ମାରିବ ଛକା ? କିନ୍ତୁ ଏବେ ପୋଲସରା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଯେ, ଜଣେ ନାରୀ ନେତ୍ରୀ, ସମାଜସେବୀ ଆରତୀ ଦେବୀ ନିଜର ସ୍ୱାର୍ଥ କୁ ତ୍ୟାଗ କରି ଜନସାଧାରଣ ସେବାରେ ନିଜକୁ ଉତ୍ସର୍ଗୀକୃତ କରିବା ପରିଲକ୍ଷିତ ହେଉଛି ।

ଏକ୍ଷେତ୍ରରେ ଆରତୀ ତୃତୀୟ ଦିନିକିଆ ଆଶୀର୍ବାଦ ଭିକ୍ଷା ଅଭିଯାନରେ ସେ ପୋଲସରା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ର ଗ୍ରାମ ମାନଙ୍କ ରେ ପହଞ୍ଚିଥିଲେ। ଗ୍ରାମ ପଞ୍ଚାୟତ ଗୁଡ଼ିକ ମଧ୍ୟରେ ଜକର ଗ୍ରାମପଞ୍ଚାୟତ, ଘୋଡାପଲାଣଗ୍ରାମପଞ୍ଚାୟତ, ବାଲିଛାଇ ଗ୍ରାମପଞ୍ଚାୟତ, ହାତୀଓଟ ଗ୍ରାମ ପଞ୍ଚାୟତର ଜେମା ଦେଇପୁର ଶାସନ, ଚନ୍ଦ୍ରମା ଦେଇପୁର ଶାସନ, ପ୍ରାଣଦେଇପୁର ଶାସନ,ଓ ବର୍ତ୍ତନୀ ଗ୍ରାମ ପଞ୍ଚାୟତ ର ଘରକୁ ଘର ବୁଲି ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ଅନ୍ୟାନ୍ୟ ମାନଙ୍କ ସହଯୋଗ କାମନା କରିଥିଲେ ବୋଲି ମତବ୍ୟକ୍ତ କରିଛନ୍ତି।

ଲୋକମାନଙ୍କର ମଧ୍ୟ ତାଙ୍କ ପ୍ରତି ଅହେତୁକ ସମର୍ଥନ ରହିଥିଵାଦେଖିବାକୁ ମିଳିଛି |

Leave A Reply

Your email address will not be published.