ଜଗତସିଂହପୁର,ତା-୦୧.୦୩.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟର ସଦ୍ଭାବନା ସଭାଗୃହରେ ଆଗାମୀ ସାଧାରଣ ନିର୍ବାଚନ 2024 ନିମନ୍ତେ ପ୍ରାର୍ଥୀ ଙ୍କ ନିର୍ବାଚନ ଖର୍ଚ୍ଚ ତଦାରଖ( ଇଲେକ୍ସନ ଏକ୍ସପେଣ୍ଡିଚର ମନିଟରିଙ୍ଗ)ଉପରେ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ର ଏହି ପ୍ରଶିକ୍ଷଣ ଶିବିରରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ନିର୍ବାଚନ କୁ ସ୍ଵଚ୍ଛ ,ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏବର୍ଷ ନୂତନ ଭାବେ ହୋଇଥିବା ଇ ଏସ ଏମ ଏସ(ଇଲେକ୍ସନ ସିଜର ମ୍ୟାନେଜମେଣ୍ଟ ସିଷ୍ଟମ) ସି ଭିଜିଲ ଆପ ମାଧ୍ୟମରେ ସମସ୍ତ ଇଲିଗାଲ ଅର୍ଥ ବିନିମୟ କୁ ରୋକି ନିର୍ବାଚନ କୁ ସ୍ଵଚ୍ଛ ଭାବେ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ ।ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍ ମଧ୍ୟ ନିର୍ବାଚନ କୁ ଗଣତନ୍ତ୍ରର ଆସ୍ଥା ବୋଲି ଅଭିହିତ କରି ଏହାକୁ ସ୍ଵଚ୍ଛ ଭାବେ ସମ୍ପାଦନ କରିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ। ନିର୍ବାଚନ ର ଫ୍ଲାଇଙ୍ଗ ସ୍କ୍ୱାର୍ଡ, ଷ୍ଟାଟିକ ସର୍ଭେଲାନ୍ସ ଟିମ, ଭିଡିଓ ସର୍ଭେଲାନ୍ସ ଟିମ ଭିଡିଓ ଭିଉଇଙ୍ଗ ଟିମ ,ଆକାଉଣ୍ଟ ଅବଜରଭର ମାନଙ୍କର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅନିତା ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମଧ୍ୟ ବିଭିନ୍ନ ଆଇନ ଗତ ବ୍ୟବସ୍ଥା ଏବଂ ନିର୍ବାଚନ ଆୟୋଗ ଙ୍କ ବିଭିନ୍ନ ନିର୍ଦ୍ଦେଶ ବିଷୟରେ ଆଲୋଚନା ମାଧ୍ୟମରେ ଅବଗତ କରାଇଥିଲେ। ଜିଲ୍ଲା କୋଷାଗାର ଅଧିକାରୀ ଶ୍ରୀ ତରୁଣ କୁମାର ପଣ୍ଡା -,କୁଜଙ୍ଗ ତହସିଲଦାର ସୁଶ୍ରୀ ପୁଷ୍ପଶ୍ରୀ ସାଣ୍ଡିଲ, ଡି ଆଇ ଓ ଶ୍ରୀ ଜ୍ୟୋତି ପ୍ରକାଶ ବେହେରା ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଜିଲ୍ଲା ର ବିଭିନ୍ନ ବିଭାଗର ଅଧିକାରୀ ତଥା ପୋଲିସ ବିଭାଗର ଅଧିକାରୀ ମାନେ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ପ୍ରଶ୍ନୋତ୍ତର ମାଧ୍ୟମରେ ନିଜର ଡାଉଟ ପଚାରି ବୁଝିଥିଲେ। ଡେପୁଟି କଲେକ୍ଟର ସୁଶ୍ରୀ ସନ୍ଧ୍ୟାଞ୍ଜଳୀ ମାଝୀ ସମସ୍ତ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।
Sign in
Sign in
Recover your password.
A password will be e-mailed to you.